ତିର୍ତ୍ତୋଲରେ କଂଗ୍ରେସକୁ ଝଟକା, ଦଳରୁ ଇସ୍ତଫା ଦେଲେ ପୂର୍ବ ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା

ଜଗତସିଂହପୁର(ଶଶାଙ୍କ ପଣ୍ଡା): ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲରେ କଂଗ୍ରେସକୁ ଝଟକା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଶ୍ରୀ ବେହେରା ତାଙ୍କ ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମେଲ୍ ଯୋଗେ ପଠାଇ ଦେଇଛନ୍ତି। ନିଜେ ରାଜକିଶୋର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ବେହେରା ୨୦୦୨ ଓ ୨୦୦୭ରେ କ୍ରମାଗତ ଭାବେ ୨ ଥର ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ […]

rajkesh

Manoranjan Sial
  • Published: Thursday, 17 September 2020
  • , Updated: 17 September 2020, 05:32 PM IST

ଜଗତସିଂହପୁର(ଶଶାଙ୍କ ପଣ୍ଡା): ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲରେ କଂଗ୍ରେସକୁ ଝଟକା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଶ୍ରୀ ବେହେରା ତାଙ୍କ ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମେଲ୍ ଯୋଗେ ପଠାଇ ଦେଇଛନ୍ତି। ନିଜେ ରାଜକିଶୋର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଶ୍ରୀ ବେହେରା ୨୦୦୨ ଓ ୨୦୦୭ରେ କ୍ରମାଗତ ଭାବେ ୨ ଥର ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହା ସହ ସେ ଗତ ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସରୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ। ୨୦୦୯ରେ ସେ ଚାଳିଶ ହଜାରରୁ ଅଧିକ ଭୋଟ ପାଇଥିବାବେଳେ ୨୦୧୪ରେ ତେପନ ହଜାରରୁ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ତେବେ ଗତ ନିର୍ବାଚନରେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇ ନଥିଲା। ସେବେଠାରୁ କ୍ରମାଗତ ଭାବେ ଦଳରେ ତାଙ୍କୁ ଅବହେଳା କରୁଥିବା ରାଜକିଶୋର ଅଭିଯୋଗ କରିଛନ୍ତି। ଏନେଇ ନିର୍ବାଚନ ମଣ୍ଡଳୀ ଲୋକଙ୍କ ସହିତ ସେ ଆଲୋଚନା କରିଛନ୍ତି ଏବଂ ଆଗାମୀ ଦିନରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ସୁଦୃଢ ଥିବା ଏକ ରାଜନୈତିକ ଦଳରେ ଯୋଗଦେବାକୁ ସ୍ଥିର କରିଥିବା ଶ୍ରୀ ବେହେରା ସ୍ପଷ୍ଟ କରିଛନ୍ତି।

ଶ୍ରୀ ବେହେରା ବିଜେପିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି।

Related story