ବିଜେଡିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ। ବାଲେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି ଜୀବନ। ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନଦେବାରୁ ସେ ଇସ୍ତଫା ଦେଇଛନ୍ତି। ଉପନିର୍ବାଚନରେ ଯାହା ଦାୟିତ୍ୱ ଦିଆଯାଇଥିଲା କରିଥିଲେ ବୋଲି ସେ କହିଛନ୍ତି। ଗତକାଲି ଜୀବନଙ୍କୁ ଦଳରୁ ସସ୍‌ପେଣ୍ଡ କରିଥିଲା ବିଜେଡି। ସୂଚନାରୁ ପ୍ରକାଶ, ଶ୍ରୀ ଦାସ ବାଲେଶ୍ୱର ସଦର ଆସନରୁ ୨୦୦୯ ଓ ୨୦୧୪ ମସିହାରେ ବିଜେଡି […]

jeban

Manoranjan Sial
  • Published: Friday, 06 November 2020
  • , Updated: 06 November 2020, 04:56 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ। ବାଲେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି ଜୀବନ। ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନଦେବାରୁ ସେ ଇସ୍ତଫା ଦେଇଛନ୍ତି। ଉପନିର୍ବାଚନରେ ଯାହା ଦାୟିତ୍ୱ ଦିଆଯାଇଥିଲା କରିଥିଲେ ବୋଲି ସେ କହିଛନ୍ତି। ଗତକାଲି ଜୀବନଙ୍କୁ ଦଳରୁ ସସ୍‌ପେଣ୍ଡ କରିଥିଲା ବିଜେଡି।

ସୂଚନାରୁ ପ୍ରକାଶ, ଶ୍ରୀ ଦାସ ବାଲେଶ୍ୱର ସଦର ଆସନରୁ ୨୦୦୯ ଓ ୨୦୧୪ ମସିହାରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୧୯ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲେ। ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ମୃତ୍ୟୁ ଯୋଗୁ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଶ୍ରୀ ଦାସ ଲବି କରି ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିଲେ। ତାଙ୍କୁ ଦଳ ପ୍ରାର୍ଥୀ କରି ନ ଥିବାରୁ ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ବିଜେଡି ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶ୍ରୀ ଦାସ ବିଜେପି ଛାଡ଼ି ୨୦୦୯ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ।

Related story