ଆସନ୍ତାକାଲିି ବିଏସପିରେ ମିଶିବେ ସଗରିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକ ପଦରୁ ଇସ୍ତଫା ଦେଇଥିବା ତଥା କଂଗ୍ରେସରୁ ବହିଷ୍କୃତ ହୋଇଥିବା କୃଷ୍ଣଚନ୍ଦ୍ର ସଗରିଆ ଆସନ୍ତାକାଲି ବହୁଜନ ସମାଜ ପାର୍ଟି(ବିଏସପି)ରେ ଯୋଗ ଦେବେ। ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିରେ ହେବାକୁ ଥିବା ମିଶ୍ରଣ ଉତ୍ସବରେ ଶ୍ରୀ ସଗରିଆ ନିଜର ସମର୍ଥକଙ୍କ ସହ ବିଏସପିରେ ଆନୁଷ୍ଠାନିକ ଭାବେ ସାମିଲ ହେବେ। ଏହି ମିଶ୍ରଣ ପର୍ବରେ ବିଏସପି ଓଡ଼ିଶା ପ୍ରଭାରୀ ଧରମବୀର ଅଶୋକ ଓ ଦଳର ରାଜ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ। ଏହି ମିଶ୍ରଣ ଉତ୍ସବରେ ପ୍ରାୟ ୫ […]

krushna_sagaria final

Manoranjan Sial
  • Published: Saturday, 02 February 2019
  • , Updated: 02 February 2019, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକ ପଦରୁ ଇସ୍ତଫା ଦେଇଥିବା ତଥା କଂଗ୍ରେସରୁ ବହିଷ୍କୃତ ହୋଇଥିବା କୃଷ୍ଣଚନ୍ଦ୍ର ସଗରିଆ ଆସନ୍ତାକାଲି ବହୁଜନ ସମାଜ ପାର୍ଟି(ବିଏସପି)ରେ ଯୋଗ ଦେବେ। ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିରେ ହେବାକୁ ଥିବା ମିଶ୍ରଣ ଉତ୍ସବରେ ଶ୍ରୀ ସଗରିଆ ନିଜର ସମର୍ଥକଙ୍କ ସହ ବିଏସପିରେ ଆନୁଷ୍ଠାନିକ ଭାବେ ସାମିଲ ହେବେ। ଏହି ମିଶ୍ରଣ ପର୍ବରେ ବିଏସପି ଓଡ଼ିଶା ପ୍ରଭାରୀ ଧରମବୀର ଅଶୋକ ଓ ଦଳର ରାଜ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ।

ଏହି ମିଶ୍ରଣ ଉତ୍ସବରେ ପ୍ରାୟ ୫ ହଜାର କର୍ମୀ ସାମିଲ ଯୋଗଦେବେ ବୋଲି କୁହାଯାଇଛି। କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନା ଏହି ମିଶ୍ରଣ ଉତ୍ସବରେ ଉପସ୍ଥିତ ରହିବେ। ଅବଶ୍ୟ ସେ ବିଏସପିରେ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତମାସରେ ଉଭୟ ଶ୍ରୀକାନ୍ତ ଓ ଶଗରିଆଙ୍କୁ କଂଗ୍ରେସ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ କରିଥିଲା।

Related story