ରାଜ୍ୟରେ ଦୁର୍ନୀତି, ଦୁଷ୍କର୍ମ ଓ ଗୁଣ୍ଡାଗିରି ବଢିଛି: ବୈଜୟନ୍ତ

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଉଦ୍ୟାନବନ୍ଧରେ ଆୟୋଜିତ ‘ହେଇଯାଉ’ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜ୍ୟରେ ଦୁର୍ନୀତି, ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଗୁଣ୍ଡାଗିରି ବଢ଼ିଛି । ସୁଶାସନ ଆଣି ଏହାକୁ ବନ୍ଦ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, “ଚାଷୀଙ୍କୁ ନ୍ୟାୟ ମିଳୁନି। ପ୍ରତିବର୍ଷ ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ସୁଶାସନ ପାଇଁ ପରିବର୍ତ୍ତନ ଜରୁରୀ। ‘ହେଇଯାଉ’ କାର୍ଯ୍ୟକ୍ରମ […]

baijayant-panda

Manoranjan Sial
  • Published: Saturday, 08 December 2018
  • , Updated: 08 December 2018, 09:34 PM IST

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଉଦ୍ୟାନବନ୍ଧରେ ଆୟୋଜିତ ‘ହେଇଯାଉ’ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜ୍ୟରେ ଦୁର୍ନୀତି, ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଗୁଣ୍ଡାଗିରି ବଢ଼ିଛି । ସୁଶାସନ ଆଣି ଏହାକୁ ବନ୍ଦ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “ଚାଷୀଙ୍କୁ ନ୍ୟାୟ ମିଳୁନି। ପ୍ରତିବର୍ଷ ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ସୁଶାସନ ପାଇଁ ପରିବର୍ତ୍ତନ ଜରୁରୀ। ‘ହେଇଯାଉ’ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ସମର୍ଥନ ବଢ଼ୁଥିବାରୁ ଏହା ଏବେ ସ୍ଲୋଗାନରେ ପରିଣତ ହୋଇଗଲାଣି।”

୨୦୧୯ରେ କେଉଁ ଦଳରୁ ଲଢ଼ିବେ ପ୍ରଶ୍ନର ଉତ୍ତରରେ ବୈଜୟନ୍ତ କହିଛନ୍ତି, “ସାଧାରଣ ନିର୍ବାଚନ ପାଇଁ ଆହୁରି ସମୟ ଅଛି। ନିକଟରେ ନିଷ୍ପତ୍ତି ନେଇ ଜଣାଇବି।”
‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବୈଜୟନ୍ତଙ୍କୁ ନୂଆପଡ଼ାରେ ହଜାର ହଜାର ସ୍ଥାନୀୟ ଲୋକେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ‘ସାହୁ’ ଚା’ ଦୋକାନକୁ ପାଛୋଟି ନେଇଯାଇଥିଲେ। ସେଠାରେ ବୈଜୟନ୍ତ ଲୋକଙ୍କ ସହ ଏକାଠି ବସି ଚା’ ପିଇବା ସହ ରାଜ୍ୟର ସାଂପ୍ରତିକ ରାଜନୀତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ପୂର୍ବତନ ବିଧାୟକ ନବୀନ ନନ୍ଦ ମଧ୍ୟ ଯୋଗଦେଇଥିଲେ।

ପୂର୍ବରୁ ବିପୁଳ ଜନ ସମର୍ଥନ ସହିତ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ହିନ୍ଦୋଳ, ଦିଲ୍ଲୀ ଓ ଦାରିଙ୍ଗବାଡ଼ିରେ ହୋଇଯାଇଛି ବୈଜୟନ୍ତଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ।

Related story