କୋଣାର୍କର ଚାରୁକଳା ଦେଖିଲେ ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଥିବା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ପରିବାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ଏହି ଅବସରରେ ସ୍ଥାନୀୟ ଗାଇଡ଼୍‌ ତାଙ୍କୁ ମନ୍ଦିରର ମାହାତ୍ମ୍ୟ ଓ କାରୁକାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ମନ୍ଦିର ପରିଦର୍ଶନ ବେଳେ ଶିବରାଜଙ୍କୁ ଦେଖିବାକୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଲୋକେ ଶିବରାଜଙ୍କ ସହ ସେଲ୍‌ଫି ନେବା ପାଇଁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ଶିବରାଜଙ୍କ […]

bjp

Manoranjan Sial
  • Published: Friday, 28 December 2018
  • , Updated: 28 December 2018, 07:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଥିବା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ପରିବାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ଏହି ଅବସରରେ ସ୍ଥାନୀୟ ଗାଇଡ଼୍‌ ତାଙ୍କୁ ମନ୍ଦିରର ମାହାତ୍ମ୍ୟ ଓ କାରୁକାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ମନ୍ଦିର ପରିଦର୍ଶନ ବେଳେ ଶିବରାଜଙ୍କୁ ଦେଖିବାକୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଲୋକେ ଶିବରାଜଙ୍କ ସହ ସେଲ୍‌ଫି ନେବା ପାଇଁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ଶିବରାଜଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋଣାର୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Related story