ଜାମିନ ପାଇଲେ ଆଶୀର୍ବାଦ ବେହେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଦେଢ଼ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି। ଏଥିସହ ପାସ୍‌ପୋର୍ଟ ସରେଣ୍ଡର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବା ଓ ତଦନ୍ତ ପ୍ରଭାବିତ ନକରିବାକୁ ମଧ୍ୟ ସର୍ତ୍ତ ରହିଛି। ଗତ ସେପ୍ଟେମ୍ୱର ୧୯ ତାରିଖରେ ଏଟି ଚିଟ୍‌ଫଣ୍ଡ ମାମଲାରେ  ଆଶୀର୍ବାଦଙ୍କୁ  ସିବିଆଇ ଗିରଫ କରିଥିଲା। ଜାମିନ ବିହୀନ ପରଓ୍ୱାନା ବଳରେ ଆଶୀର୍ବାଦଙ୍କୁ ଗିରଫ କରାଯାଇ […]

Ashirbad-Behera

Jyoshna Pradhan
  • Published: Tuesday, 26 November 2019
  • , Updated: 26 November 2019, 02:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଦେଢ଼ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି। ଏଥିସହ ପାସ୍‌ପୋର୍ଟ ସରେଣ୍ଡର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବା ଓ ତଦନ୍ତ ପ୍ରଭାବିତ ନକରିବାକୁ ମଧ୍ୟ ସର୍ତ୍ତ ରହିଛି। ଗତ ସେପ୍ଟେମ୍ୱର ୧୯ ତାରିଖରେ ଏଟି ଚିଟ୍‌ଫଣ୍ଡ ମାମଲାରେ  ଆଶୀର୍ବାଦଙ୍କୁ  ସିବିଆଇ ଗିରଫ କରିଥିଲା।

ଜାମିନ ବିହୀନ ପରଓ୍ୱାନା ବଳରେ ଆଶୀର୍ବାଦଙ୍କୁ ଗିରଫ କରାଯାଇ ଥିଲା । ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରିଥିଲା ସିବିଆଇ। କମଳାକାନ୍ତ  ଅର୍ଥତତ୍ତ୍ୱ କମ୍ପାନୀ ସହ ଜମି ଡିଲ୍ କରି କୋଟି କୋଟି ଟଙ୍କା ହଡପ୍‌ କରିଥିବା ଅଭିଯୋଗରେ ଗିରଫ ହୋଇ ଥିଲେ। ଗିରଫ ପୂର୍ବରୁ ଉଭୟ କମଳାକାନ୍ତ ଓ ଆଶୀର୍ବାଦଙ୍କୁ ବହୁ ଥର ଜେରା କରିଥିଲା ସିବିଆଇ।

Related story