ଜାମିନରେ ଥିଲେ ଫରେଷ୍ଟର, କାର୍ଯ୍ୟରେ ଯୋଗ ଦେବାକୁ ଆସି ବନ୍ଧା ହେଲେ

ଆଠଗଡ଼(ନୀଳକଣ୍ଠ ଦୋରା): ଜାମିନରେ ଥାଇ କାର୍ଯ୍ୟରେ ଯୋଗ ଦେବାକୁ ଆସିବା ମହଙ୍ଗା ପଡ଼ିଲା। ବନ୍ଧା ହେଲେ କଟକ ଜିଲ୍ଲା ବଡମ୍ବା ଗୋପପୁର ସେକ୍ସନ ଫରେଷ୍ଟର ପ୍ରଦୀପ ପରିଡା । ବଡମ୍ବା ଗୋପପୁର ସେକ୍ସନରୁ STF ଦ୍ୱାରା ଜୁନ ମାସରେ ହାତୀ କଙ୍କାଳ ଉଦ୍ଧାର ହୋଇଥିବା ବେଳେ ଏହା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।  ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍‌ ବହୁ ଜଣଙ୍କୁ ଗିରଫ କରିଥିବା ବେଳେ ଫରେଷ୍ଟର ପ୍ରଦୀପ ପରିଡା ଓ ମନୋଜ ଦାସ ଫେରାର […]

forester

  • Published: Tuesday, 02 August 2022
  • , Updated: 02 August 2022, 12:42 PM IST

ଆଠଗଡ଼(ନୀଳକଣ୍ଠ ଦୋରା): ଜାମିନରେ ଥାଇ କାର୍ଯ୍ୟରେ ଯୋଗ ଦେବାକୁ ଆସିବା ମହଙ୍ଗା ପଡ଼ିଲା। ବନ୍ଧା ହେଲେ କଟକ ଜିଲ୍ଲା ବଡମ୍ବା ଗୋପପୁର ସେକ୍ସନ ଫରେଷ୍ଟର ପ୍ରଦୀପ ପରିଡା ।

ବଡମ୍ବା ଗୋପପୁର ସେକ୍ସନରୁ STF ଦ୍ୱାରା ଜୁନ ମାସରେ ହାତୀ କଙ୍କାଳ ଉଦ୍ଧାର ହୋଇଥିବା ବେଳେ ଏହା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।  ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍‌ ବହୁ ଜଣଙ୍କୁ ଗିରଫ କରିଥିବା ବେଳେ ଫରେଷ୍ଟର ପ୍ରଦୀପ ପରିଡା ଓ ମନୋଜ ଦାସ ଫେରାର ହୋଇ ଯାଇଥିଲେ।

ଫରେଷ୍ଟର ପ୍ରଦୀପ ପରିଡା ନିଜ ନାମରେ ଥିବା ୨ଟି କେସ୍‌ରେ ଜାମିନ୍‌ ଆଣିଥିଲେ। ଏହାପରେ ସେ ଗତକାଲି କାର୍ଯ୍ୟରେ ଯୋଗ ଦେବାକୁ ଖୁଣ୍ଟୁଣୀ ରେଞ୍ଜକୁ ଯାଇଥିଲେ । ଏନେଇ ଡିଏଫଓ ଖୁଣ୍ଟୁଣୀ ପୁଲିସ୍‌କୁ ଖବର ଦେଇଥିବା ବେଳେ ପୁଲିସ୍‌ ସେଠାରେ ପହଞ୍ଚି ତାଙ୍କୁ ଅନ୍ୟ ଏକ କେସ୍‌ରେ ଅଟକ ରଖିଥିଲା। ଗତକାଲି ତାଙ୍କୁ ଖୁଣ୍ଟୁଣୀ ଥାନାରେ ଅଟକ ରଖାଯାଇଥିବା ବେଳେ ଆଜି ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଏହି ଘଟଣାରେ ଫେରାର ଥିବା ଫରଷ୍ଟର ମନୋଜ ଦାସଙ୍କ ଟେର ଏବେବି ପାଉନି ପୁଲିସ୍‌।

Related story