ପ୍ରଥମ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ୪ଜଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ମାତ୍ର ୪ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ପ୍ରଥମ ଦିନରେ ଲୋକସଭା ଆସନ ପାଇଁ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନଥିବାବେଳେ ନର୍ଲା, ନବରଙ୍ଗପୁର, ବ୍ରହ୍ମପୁର ଓ ମାଲକାନଗିରି ବିଧାନସଭା ପାଇଁ ଜଣେ ଲେଖାଏ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪ଟି […]

ELECTIONEVMVVPAT

Manoranjan Sial
  • Published: Monday, 18 March 2019
  • , Updated: 18 March 2019, 06:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ମାତ୍ର ୪ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ପ୍ରଥମ ଦିନରେ ଲୋକସଭା ଆସନ ପାଇଁ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନଥିବାବେଳେ ନର୍ଲା, ନବରଙ୍ଗପୁର, ବ୍ରହ୍ମପୁର ଓ ମାଲକାନଗିରି ବିଧାନସଭା ପାଇଁ ଜଣେ ଲେଖାଏ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ- କୋରାପୁଟ, ନବରଙ୍ଗପୁର,କଳାହାଣ୍ଡି ଓ ବ୍ରହ୍ମପୁର ଓ ୨୮ଟି ବିଧାନସଭା ଆସନରେ ଏପ୍ରିଲ ୧୧ରେ ଭୋଟଗ୍ରହଣ ହେବ ଏବଂ ନାମାଙ୍କନ ପତ୍ର ଦାଖଲ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ।

Related story