ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା କାନ୍ଥ

ପାଲଲହଡ଼ା(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରୀବେଡ଼ା ପଞ୍ଚାୟତ ବାଞ୍ଜମୁଣ୍ଡା ଗାଁରେ ଘର କାନ୍ଥ ଭୁଶୁଡ଼ି ଯିବାରୁ ଜଣେ ମହିଳା ଓ ତାଙ୍କର ୩ ଛୁଆ ଆହତ ହୋଇଛନ୍ତି। ସେମାନଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସୁକୁମାରୀ ପିଙ୍ଗୁଆ, ଆଦେଶ ପିଙ୍ଗୁଆ(୭), କ୍ରିଷ୍ଣା (୩) ଓ ମନୋଜ(ଦେଢ଼ ବର୍ଷ)। ସୁକୁମାରୀଙ୍କ ସ୍ୱାମୀ ଅନକୁଳ ପିଙ୍ଗୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏ ଘଟଣା […]

wall

Rakesh Mallick
  • Published: Sunday, 22 July 2018
  • , Updated: 22 July 2018, 12:50 PM IST

ପାଲଲହଡ଼ା(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରୀବେଡ଼ା ପଞ୍ଚାୟତ ବାଞ୍ଜମୁଣ୍ଡା ଗାଁରେ ଘର କାନ୍ଥ ଭୁଶୁଡ଼ି ଯିବାରୁ ଜଣେ ମହିଳା ଓ ତାଙ୍କର ୩ ଛୁଆ ଆହତ ହୋଇଛନ୍ତି। ସେମାନଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହତମାନେ ହେଲେ ସୁକୁମାରୀ ପିଙ୍ଗୁଆ, ଆଦେଶ ପିଙ୍ଗୁଆ(୭), କ୍ରିଷ୍ଣା (୩) ଓ ମନୋଜ(ଦେଢ଼ ବର୍ଷ)। ସୁକୁମାରୀଙ୍କ ସ୍ୱାମୀ ଅନକୁଳ ପିଙ୍ଗୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା।

ଏ ଘଟଣା ପରେ ୧୦୮ ଆମ୍ୱୁଲାନ୍ସକୁ ଖବର ଦିଆଯାଇଥିଲେ ମଧ୍ୟ ଗାଁକୁ ରାସ୍ତା ନଥିବାରୁ ତାହା ଅଧା ବାଟରେ ଅଟକି ରହିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Related story