ଟ୍ରକ୍ ପଛରେ ପିଟି ହେଲା କାର୍: ୪ ମୃତ, ଜଣେ ଗୁରୁତର

ସାଲେପୁର/କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାଲେପୁର ପାଖ ଭୈରୀପୁରଠାରେ ଏକ ଟ୍ରକ୍‌ ପଛରେ କାର୍‌ଟିଏ ଜୋରରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଶେର୍ […]

accident

Jitendra Garnayak
  • Published: Thursday, 20 September 2018
  • , Updated: 20 September 2018, 08:55 AM IST

ସାଲେପୁର/କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ସାଲେପୁର ପାଖ ଭୈରୀପୁରଠାରେ ଏକ ଟ୍ରକ୍‌ ପଛରେ କାର୍‌ଟିଏ ଜୋରରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ ହୋଇଛି।

ମୃତକମାନେ ହେଲେ ଶେର୍ ଅଲି, ତାଙ୍କ ସ୍ତ୍ରୀ ଅଲିଜା ବିୱି, ପୁଅ  ଶେଖ୍ ସିରାଜ ଓ ପୁତୁରା (ବଡ଼ ଭାଇଙ୍କ ପୁଅ) ସନୱାର ଅଲି।

ଆଉ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଶିକ ଜମାଲ(୨୦)ଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପରେ ଡିସ୍‌ଚାର୍ଜ କରି ଦିଆଯାଇଛି। ତେବେ ଗୁରୁତର ଥିବା ଫୟଜ ଖାନ୍ (୧୯)ଙ୍କ ଚିକିତ୍ସା ଚାଲିଛି।

ସମସ୍ତ ମୃତାହତ ସିମ୍ବଲପଡ଼ା ଥାନା ଅନ୍ତର୍ଗତ ପିକାର ଗାଁର। ସେମାନେ ଭୁବନେଶ୍ୱର ଯାଉଥିଲେ।

Related story