Advertisment

ଖୋଲିଲା ହୀରାକୁଦର ଆଉ ୪ଗେଟ୍, ତଳିଆ ଅଞ୍ଚଳକୁ ଘାରିଲା ବନ୍ୟା ଭୟ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ମହାନଦୀ ଉପମୁଣ୍ଡ ଓ ତଳ ମୁଣ୍ଡରେ ବର୍ଷା ହେବା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧିପାଉଛି। ଜଳପତ୍ତନ ବୃଦ୍ଧି ପାଉଥିବାରୁ ଆଜି ସକାଳେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌ ଖୋଲାଯାଇଛି। ଦରକାର ପଡ଼ିଲେ ଆଉ ଅଧିକ ସଂଖ୍ୟାକ ଗେଟ୍‌ ଖୋଲା ଯିବ ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି। ବର୍ତ୍ତମାନ ହୀରାକୁଦ ଭଣ୍ଡାରରୁ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଜି ସକାଳେ ଡ୍ୟାମର ଜଳ ପତ୍ତନ […]

ଅଦ୍ୟତନ ହୋଇଛି
ଖୋଲିଲା ହୀରାକୁଦର ଆଉ ୪ଗେଟ୍, ତଳିଆ ଅଞ୍ଚଳକୁ ଘାରିଲା ବନ୍ୟା ଭୟ

Hirakud Dam

Advertisment

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ମହାନଦୀ ଉପମୁଣ୍ଡ ଓ ତଳ ମୁଣ୍ଡରେ ବର୍ଷା ହେବା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧିପାଉଛି। ଜଳପତ୍ତନ ବୃଦ୍ଧି ପାଉଥିବାରୁ ଆଜି ସକାଳେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌ ଖୋଲାଯାଇଛି। ଦରକାର ପଡ଼ିଲେ ଆଉ ଅଧିକ ସଂଖ୍ୟାକ ଗେଟ୍‌ ଖୋଲା ଯିବ ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି।

Advertisment

ବର୍ତ୍ତମାନ ହୀରାକୁଦ ଭଣ୍ଡାରରୁ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଜି ସକାଳେ ଡ୍ୟାମର ଜଳ ପତ୍ତନ ୬୧୬. ୭୩ ଫୁଟ୍‌ ଥିଲା। ଡ୍ୟାମକୁ ସେକେଣ୍ଡ ପିଛା ୪ ହଜାର ୩୯ ହଜାର ୩୩୩ ଘନ ଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୮ ହଜାର ୭୬୦ ଘନଫୁଟ ଜଳ ନିଷ୍କାସିତ ହେଉଛି।

ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି, “ହୀରାକୁଦ ଜଳ ଭଣ୍ଡାରରୁ ୨୪ଟି ଗେଟ୍‌ ଖୋଲିବା ପୂର୍ବରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଗେଟ୍‌ ଖୋଲିବା ଦ୍ୱାରା ତଳିଆ ଅଞ୍ଚଳ  ପ୍ରଭାବିତ ହୋଇପାରେ। ସେହି ଅନୁସାରେ ଜିଲ୍ଲାପାଳ  ଲୋକଙ୍କୁ ସତର୍କ କରାଇବେ।”

Advertisment

ହୀରାକୁଦ ଜଳ ଭଣ୍ଡାରରେ ୨୪ଟି ଗେଟ୍ ଖୋଲାଯିବା ପରେ ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ହେବା ସମ୍ଭାବନା ରହିଛି। ତେଣୁ ତଳିଆ ଅଞ୍ଚଳ ଓ  ନଦୀ ତଳ ଅଞ୍ଚଳ ଲୋକଙ୍କୁ  ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନ୍ୟାନ ଦାସ। ଲୋକଙ୍କୁ ସତର୍କ କରାଇବାକୁ ମାଇକ୍ ଯୋଗେ ପ୍ରଚାର କରାଯାଇଛି।  ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳରେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେଉଥିବାରୁ ବିଭିନ୍ନ ନଦୀର ଜଳସ୍ତର ଧୀରେ ଧୀରେ ବଢୁଛି।

ସୂଚନାଯୋଗ୍ୟ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ। ଏହାର ପ୍ରଭାବରେ ରାଜ୍ୟରେ ୩ ଦିନ ଯାଏ ବର୍ଷା ଲାଗି ରହିବ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଟ୍ୱିନ୍ ସିଟିରେ ଦିନ ତମାମ ବର୍ଷା ଲାଗି ରହିବ। ପ୍ରବଳ ବର୍ଷା ଯୋଗୁ ଟ୍ୱିନ୍ ସିଟିରେ କୃତିମ ବନ୍ୟାର ଆଶଙ୍କା ରହିଛି। ଏହାସହ ଟ୍ରାଫିକ୍ ସମସ୍ୟା ଓ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ  ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe