ବେଲ ପଣା ପିଇ ୪ ଅସୁସ୍ଥ!

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ହାଟସାହି ଗାଁରେ ବେଲ ପଣା ପିଇ ୪ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ସମସ୍ତେ ବେଲ ପଣା ପିଇଥିଲେ। ତେବେ ରାତିରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଆଜି ସକାଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥ ବୀଣା ପଣ୍ଡିତ କହିଛନ୍ତି,“ଗତକାଲି […]

man

Jitendra Garnayak
  • Published: Monday, 13 May 2019
  • , Updated: 13 May 2019, 11:58 AM IST

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ହାଟସାହି ଗାଁରେ ବେଲ ପଣା ପିଇ ୪ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି।

ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ସମସ୍ତେ ବେଲ ପଣା ପିଇଥିଲେ। ତେବେ ରାତିରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଆଜି ସକାଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅସୁସ୍ଥ ବୀଣା ପଣ୍ଡିତ କହିଛନ୍ତି,“ଗତକାଲି ଅପରାହ୍ଣରେ ମୋ ପୁତୁରା ବେଲ ପଣା କରିଥିଲା। ଆମେ ପାଞ୍ଚ ଜଣ ବେଲ ପଣା ପିଇଥିଲୁ। ସେହି ବେଲ ପଣା ପିଇ ଝାଡ଼ାବାନ୍ତି ହୋଇଥିଲା ଓ ପେଟ କାଟିଥିଲା। ଆମେ ୪ଜଣ ଅସୁସ୍ଥ ହୋଇ ଆଜି ସକାଳ ସାଢ଼େ ୬ଟାରେ ଡାକ୍ତରଖାନାରେ ଭର୍ତ୍ତି ହେଇଛୁ।”

Related story