ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୪ ଗୁରୁତର

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ମୁଳିସିଂ ଗାଁର ଗୌରାଙ୍ଗ ଦାସ, ବାହାନଗାର ରାଧାକାନ୍ତ ମଳିକ, ତାହାରପୁରର ମହେଶ୍ୱର ମଳିକ ଓ ବାଲେଶ୍ୱର ଅଞ୍ଚଳର ନିତ୍ୟାନନ୍ଦ ମଳିକ। ଦୁଇଟି ବାଇକ୍‌ରେ ସେମାନେ ଯାଉଥିବା ବେଳେ ବାହନଗା ବଜାର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ ଚାରି ଜଣ […]

dead

dead

Tapas Behera
  • Published: Wednesday, 24 April 2019
  • Updated: 24 April 2019, 09:48 PM IST

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆହତମାନେ ହେଲେ ମୁଳିସିଂ ଗାଁର ଗୌରାଙ୍ଗ ଦାସ, ବାହାନଗାର ରାଧାକାନ୍ତ ମଳିକ, ତାହାରପୁରର ମହେଶ୍ୱର ମଳିକ ଓ ବାଲେଶ୍ୱର ଅଞ୍ଚଳର ନିତ୍ୟାନନ୍ଦ ମଳିକ।

ଦୁଇଟି ବାଇକ୍‌ରେ ସେମାନେ ଯାଉଥିବା ବେଳେ ବାହନଗା ବଜାର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ ଚାରି ଜଣ ଯାକ ରାସ୍ତାରେ ଛିଟିକି ପଡ଼ିଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତାଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସୋର ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos