ରାଜ୍ୟରେ ଆଁ କରି ରହିଛି ୪୩୫ଟି ବ୍ଳାକ ସ୍ପଟ

ଫୁଲବାଣୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତତ୍ପପାଣି ଘାଟି । ସମସ୍ତଙ୍କ ମନେଥିବ ଗତବର୍ଷ ଠିକ୍ ଏହି ଜାନୁୟାରୀ ମାସ ୨୯ ତାରିଖର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର କଥା। ଏହି ଘାଟିର ପାଳୁଖୋଳା ନିକଟ ବ୍ରିଜ୍ ତଳକୁ ଏକ ଯାତ୍ରୀବାହୀ ବସ୍ ଓଲଟି ୭ରୁ ଅଧିକ ଯାତ୍ରୀଙ୍କ ଚାଲିଯାଇଥିଲା ଜୀବନ । ଆହତ ହୋଇଥିଲେ ପ୍ରାୟ ୫୦ ଜଣ । କେବଳ ଏହି ଗୋଟିଏ ଦୁର୍ଘଟଣା ନୁହେଁ, କେବେ ପିକ୍‌ନିକ୍ ଗାଡ଼ି ଓଲଟିଛି ତ ଆଉ କେବେ ଟ୍ରକ୍, କାର୍ […]

7ng

Tapas Behera
  • Published: Tuesday, 19 January 2021
  • , Updated: 19 January 2021, 08:24 PM IST

ଫୁଲବାଣୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତତ୍ପପାଣି ଘାଟି । ସମସ୍ତଙ୍କ ମନେଥିବ ଗତବର୍ଷ ଠିକ୍ ଏହି ଜାନୁୟାରୀ ମାସ ୨୯ ତାରିଖର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର କଥା। ଏହି ଘାଟିର ପାଳୁଖୋଳା ନିକଟ ବ୍ରିଜ୍ ତଳକୁ ଏକ ଯାତ୍ରୀବାହୀ ବସ୍ ଓଲଟି ୭ରୁ ଅଧିକ ଯାତ୍ରୀଙ୍କ ଚାଲିଯାଇଥିଲା ଜୀବନ । ଆହତ ହୋଇଥିଲେ ପ୍ରାୟ ୫୦ ଜଣ । କେବଳ ଏହି ଗୋଟିଏ ଦୁର୍ଘଟଣା ନୁହେଁ, କେବେ ପିକ୍‌ନିକ୍ ଗାଡ଼ି ଓଲଟିଛି ତ ଆଉ କେବେ ଟ୍ରକ୍, କାର୍ ଏମିତି ଅନେକ ଯାନବାହନ ଦୁର୍ଘଟଣାର ଶିକାର ହୋଇଛି ଏଠାରେ।

ସେଥିପାଇଁ ଏହି ଘାଟିକୁ ବ୍ଲାକସ୍ପଟ୍ ତଥା ଦୁର୍ଘଟଣାପ୍ରବଣ ସ୍ଥାନ ଭାବେ ଚିହ୍ନଟ ବି କରାଯାଇଛି। ତଥାପି ପ୍ରତିବର୍ଷ ଘଟିଚାଲିଛି ଦୁର୍ଘଟଣା । ଆଉ ସାପ ଭଳି ମୋଡ଼ିମାଡ଼ି ହୋଇ ଲମ୍ବିଯାଇଥିବା ଏ ହେଉଛି ଫୁଲବାଣୀ ଭେଟଖୋଲ ଘାଟି । ରାସ୍ତା ଅବସ୍ଥା ବି ଠିକ୍ ନାହିଁ । ଏହାସତ୍ତ୍ୱେ ଗାଡ଼ି ଚାଳକଙ୍କୁ ସତର୍କତା ପାଇଁ ନା କୌଣସି ଫଳକ ମରାଯାଇଛି ନା କୌଣସି ସଙ୍କେତ ରହିଛି। ଫଳରେ ମନରେ ଭୟ ଆଉ ଶଙ୍କା ଭିତରେ ଯାନବାହନ ଚଳାଇ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି ଚାଳକ ।

ସରକାରୀ ତଥ୍ୟ ଅନୁଯାୟୀ, ୨୦୧୬ରୁ ୧୮ ମଧ୍ୟରେ ରାଜ୍ୟବ୍ୟାପୀ ୪୩୫ଟି ବ୍ଲାକ୍‌ ସ୍ପଟ୍ ଚିହ୍ନଟ କରାଯାଇଛି । ତାମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୩୧ଟି ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱରକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ୨୩ଟି, କଟକରେ ୧୩ ଏବଂ ଗଞ୍ଜାମ ଜିଲ୍ଲାରେ ୯ଟି ବ୍ଲାକସ୍ପଟ ଚିହ୍ନଟ ହୋଇଛି । କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ୨୦୧୯ରେ ସଂସଦରେ ତଥ୍ୟ ରଖି କହିଥିଲେ ଯେ, ଦେଶରେ ମୋଟ ୭୮୯ ବ୍ଲାକସ୍ପଟ୍ ଚିହ୍ନଟ କରାଯାଇଥିବାବେଳେ ଓଡ଼ିଶା ଦେଇ ଯାଇଥିବା ଏନ୍ଏଚରେ ରହିଛି ୧୨ଟି । ତେବେ ପ୍ରତିବର୍ଷ ବ୍ଲାକସ୍ପଟ ଗୁଡ଼ିକ ଚିହ୍ନଟ ସହ ସଂଶୋଧନ ବି କରାଯାଉଛି । ଏହି ପ୍ରକ୍ରିୟା ଜାରି ରହିବ ଏବଂ ଦୁର୍ଘଟଣାପ୍ରବଣ ସ୍ଥାନରେ ଆହୁରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିବହନ କମିଶନର ।

Related story