ଡିସେମ୍ବର ସୁଦ୍ଧା ସ୍ମାର୍ଟ ସିଟିରେ ସ୍ଥାପନ ହେବ ୧୪ଟି ଇ-ଚାର୍ଜିଂ ସେଣ୍ଟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ କଲ୍‌ବଲ ହେଉଛନ୍ତି ଲୋକେ। ଏଥିସହିତ ଦିନକୁ ଦିନ ବଢିବାରେ ଲାଗିଛି ଉଭୟ ବାୟୁ ଓ ଶବ୍ଦ ପ୍ରଦୂଷଣ। ଏସବୁକୁ ଦୃଷ୍ଟିରେ ରଖି ସରକାର ବିଦ୍ୟୁତ ଓ ବ୍ୟାଟେରୀ ଚାଳିତ ଯାନବାହନକୁ ପ୍ରୋତ୍ସାହନ ଦେଉଛନ୍ତି। ତୈଳ ଦର ସେଞ୍ଚୁରି ପାର୍‌ କରିବା ପରେ ବିଦ୍ୟୁତ ଓ ବ୍ୟାଟେରୀ ଚାଳିତ ଗାଡ଼ି ପ୍ରତି ଲୋକଙ୍କର ଆଗ୍ରହ ମଧ୍ୟ ବଢିିବାରେ ଲାଗିଛି। ତେବେ ଏହି ବ୍ୟାଟେରି ଚାଳିତ ଯାନକୁ ଚାର୍ଜ କରିବା […]

nissan-leaf-charging

Manoranjan Sial
  • Published: Tuesday, 26 October 2021
  • , Updated: 26 October 2021, 08:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ କଲ୍‌ବଲ ହେଉଛନ୍ତି ଲୋକେ। ଏଥିସହିତ ଦିନକୁ ଦିନ ବଢିବାରେ ଲାଗିଛି ଉଭୟ ବାୟୁ ଓ ଶବ୍ଦ ପ୍ରଦୂଷଣ। ଏସବୁକୁ ଦୃଷ୍ଟିରେ ରଖି ସରକାର ବିଦ୍ୟୁତ ଓ ବ୍ୟାଟେରୀ ଚାଳିତ ଯାନବାହନକୁ ପ୍ରୋତ୍ସାହନ ଦେଉଛନ୍ତି।

ତୈଳ ଦର ସେଞ୍ଚୁରି ପାର୍‌ କରିବା ପରେ ବିଦ୍ୟୁତ ଓ ବ୍ୟାଟେରୀ ଚାଳିତ ଗାଡ଼ି ପ୍ରତି ଲୋକଙ୍କର ଆଗ୍ରହ ମଧ୍ୟ ବଢିିବାରେ ଲାଗିଛି। ତେବେ ଏହି ବ୍ୟାଟେରି ଚାଳିତ ଯାନକୁ ଚାର୍ଜ କରିବା ପାଇଁ ଲୋକେ ଟିକେ ଅସୁବିଧା ଭୋଗୁଛନ୍ତି। ଏହାର ସମାଧାନ ପାଇଁ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଣ୍ଟା ଭିଡିଛି। ପର୍ଯ୍ୟାୟକ୍ରମେ ଡିସେମ୍ବର ସୁଦ୍ଧା ଭୁବନେଶ୍ୱରରେ ୧୪ଟି ଇ-ଚାର୍ଜିଂ ସେଣ୍ଟର ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି। ଚାର୍ଜିଂ ସେଣ୍ଟର ସ୍ଥାପନ ହେଲେ ଲୋକଙ୍କର ଚାର୍ଜିଂ ଜନିତ ସମସ୍ୟାର ସମାଧାନ ହେବ। କମ୍‌ ସମୟରେ ଗାଡି ଚାର୍ଜ ହୋଇପାରିବ। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂ।

ଏବେ ସ୍କୁଟରଠୁ ଆରମ୍ଭ କରି ତିନି ଚକିଆ, ଚାରି ଚକିଆ ବସ୍‌ ପର୍ଯ୍ୟନ୍ତ ବିଦ୍ୟୁତ ଚାଳିତ ଗାଡି ବଜାରରେ ଉପଲବ୍ଧ ହେଉଛି। ଆବର୍ଜନା ପରିବହନ ପାଇଁ ବିଏମ୍‌ସି ବ୍ୟବହାର କରୁଥିବା ଅଧିକାଂଶ ଗାଡି ମଧ୍ୟ ବିଦ୍ୟୁତ ଚାଳିତ ହେବ। ଭୁବନେଶ୍ୱରରେ ଏହା ଭିତରେ ୧୮ଟି କମ୍ପାନୀର ବ୍ୟାଟେରୀ ଚାଳିତ ବାଇକ ଶୋ’ ରୁମ୍‌ ଖୋଲିସାରିଛି। ସେପଟେ ପେଟ୍ରୋଲ, ଡିଜେଲ୍‌ ଦର ହୁ ହୁ ହୋଇ ବଢୁଥିବାରୁ ଲୋକେ ଇ-ବାଇକ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ସବୁଠୁ ବଡ଼ କଥା ହେଲା, ଏହା ଜିରୋ ପଲ୍ୟୁସନ୍‌ ହୋଇଥିବାରୁ ପ୍ରଦୂଷଣ ଜନିତ ସମସ୍ୟାର ସମାଧାନ ପାଇଁ ସହାୟକ ହୋଇପାରିବ ବୋଲି କହିଛନ୍ତି ପରିବେଶବିତ।

ପ୍ରଥମେ ରାଜଧାନୀ ଭୁବନେଶ୍ୱରରେ ଆଗକୁ ରାଜ୍ୟର ସମସ୍ତ ପ୍ରମୁଖ ସହରରେ ଏହି ଚାର୍ଜିଂ ପଏଣ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।

Related story