ମଲା ଲୋକ ବଞ୍ଚିଥିବା ଦର୍ଶାଇ ରାଜଧାନୀରେ ଜମି ବିକ୍ରି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ମଳିପଡ଼ା ମୌଜାରେ ଜମି ଜାଲିଆତି ହୋଇଛି। ସ୍ୱାମୀ ମରିଯାଇଥିଲେ ମଧ୍ୟ ବଞ୍ଚିଥିବା ଦର୍ଶାଇ ଜମି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଜଣଙ୍କ ନାଁରେ ଜମି ଥାଇ ମଧ୍ୟ ଅନ୍ୟ ଜଣଙ୍କୁ ଛିଡ଼ା କରାଇ ଜମି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ମଳିପଡ଼ା ମୌଜାର ପ୍ରଭାତୀ ତ୍ରିପାଠୀ ନାମକ ଜଣେ ମହିଳା ନିକଟରେ ଇସି କାଢିଥିଲେ। ତେବେ ତାଙ୍କ ଇସିରେ ଅନ୍ୟ ଜଣଙ୍କ ନାଁରେ ବାହାରିଥିଲା। […]

FRAUD-IN-PLOT-SALE-IN-CHANDAKA

Manoranjan Sial
  • Published: Saturday, 10 August 2019
  • , Updated: 10 August 2019, 07:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ମଳିପଡ଼ା ମୌଜାରେ ଜମି ଜାଲିଆତି ହୋଇଛି। ସ୍ୱାମୀ ମରିଯାଇଥିଲେ ମଧ୍ୟ ବଞ୍ଚିଥିବା ଦର୍ଶାଇ ଜମି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଜଣଙ୍କ ନାଁରେ ଜମି ଥାଇ ମଧ୍ୟ ଅନ୍ୟ ଜଣଙ୍କୁ ଛିଡ଼ା କରାଇ ଜମି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।

ମଳିପଡ଼ା ମୌଜାର ପ୍ରଭାତୀ ତ୍ରିପାଠୀ ନାମକ ଜଣେ ମହିଳା ନିକଟରେ ଇସି କାଢିଥିଲେ। ତେବେ ତାଙ୍କ ଇସିରେ ଅନ୍ୟ ଜଣଙ୍କ ନାଁରେ ବାହାରିଥିଲା। ଏନେଇ ସେ ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଖାଲି ପ୍ରଭାତୀ ନୁହନ୍ତି, ଜୟନ୍ତୀ ପଣ୍ଡା ଓ ଭବାନୀ ମହାପାତ୍ରଙ୍କ ଜମି ମଧ୍ୟ ଚଞ୍ଚକତା କରାଯାଇ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏମିତିକି ଜୟନ୍ତୀଙ୍କ ଜମି ତାଙ୍କ ନାଁରେ ଥିବାବେଳେ ଅନ୍ୟ ଜଣଙ୍କୁ ଜୟନ୍ତୀ ନାଁରେ ଛିଡ଼ା କରାଇ ବିକ୍ରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହା ପଛରେ ରାଜସ୍ୱ ନିରୀକ୍ଷକ, ମୁଖ୍ୟ କିରାଣୀ ଓ ସବ ରେଜିଷ୍ଟାରଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଅଭିଯୋଗକାରୀମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି।

Related story