ଭୁବନେଶ୍ୱରରେ ମାଗଣା ୱାଇଫାଇ, ଜାଣନ୍ତୁ କେଉଁଠି ମିଳିବ ଏ ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ପୂର୍ବରୁ ଭୁବନେଶ୍ୱର ସହରରେ ଆଜିଠୁ ମାଗଣା ୱାଇଫାଇ ସୁବିଧା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟସିଟି ପ୍ରକଳ୍ପର ଏହି ମାଗଣା ୱାଇଫାଇ ସୁବିଧାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସହରରେ ୧୦୦ଟି ୱାଇଫାଇ ହଟସ୍ପଟ୍ ଓ ୨୭୫ ଆକସେସ୍ ପଏଣ୍ଟ ମାଧ୍ୟମରେ ଏହି ସୁବିଧା ପାଇପାରିବେ।ଏହି ମାଗଣା ୱାଇଫାଇ ସୁବିଧା ଆଗାମୀ ଦିନରେ ସମସ୍ତ ମହାନଗର ନିଗମ ଓ ପୁରୀ ସହରରେ ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି […]

w

Hemant Lenka
  • Published: Monday, 05 November 2018
  • , Updated: 05 November 2018, 05:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ପୂର୍ବରୁ ଭୁବନେଶ୍ୱର ସହରରେ ଆଜିଠୁ ମାଗଣା ୱାଇଫାଇ ସୁବିଧା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟସିଟି ପ୍ରକଳ୍ପର ଏହି ମାଗଣା ୱାଇଫାଇ ସୁବିଧାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସହରରେ ୧୦୦ଟି ୱାଇଫାଇ ହଟସ୍ପଟ୍ ଓ ୨୭୫ ଆକସେସ୍ ପଏଣ୍ଟ ମାଧ୍ୟମରେ ଏହି ସୁବିଧା ପାଇପାରିବେ।ଏହି ମାଗଣା ୱାଇଫାଇ ସୁବିଧା ଆଗାମୀ ଦିନରେ ସମସ୍ତ ମହାନଗର ନିଗମ ଓ ପୁରୀ ସହରରେ ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ୱାଇଫାଇ ସୁବିଧା ମାଧ୍ୟମରେ ଭୁବନେଶ୍ୱର ସହରରେ ଜଣେ ମୋବାଇଲ ଗ୍ରାହକଙ୍କୁ ଦୈନିକ ୨ଏମବିିପିଏସ୍ ସ୍ପିଡରେ ୨୫୦ଏମବି ମାଗଣା ଡାଟା ପାଇପାରିବେ। ମାତ୍ର ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ନିଜର ମୋବାଇଲର ପଞ୍ଜିକରଣ କରିବାକୁ ପଡ଼ିବ। ଗୋଟିଏ ୱାଇଫାଇ ହଟସ୍ପଟ ଅଧୀନରେ ସର୍ବାଧିକ ୧୫୦ଜଣ ଏକକାଳୀନ ଇଣ୍ଟରନେଟ ଉପଯୋଗ କରିପାରିବେ।

ସହରର ୮୦ କିମି ଲମ୍ବ ମୁଖ୍ୟ ରାସ୍ତାରେ ଏହି ସେବା ଉପଲବ୍ଧ ହେବ। ଭୁବନେଶ୍ୱରର ସମସ୍ତ ପ୍ରମୁଖ ରାସ୍ତା ଯଥା ଏୟାରପୋର୍ଟ ଛକରୁ ରାଜଭବନ ଦେଇ କିଟ ଛକ ପର୍ଯ୍ୟନ୍ତ, ଆଚାର୍ଯ୍ୟ ବିହାରରୁ ଏଜି ଛକ, ବାଣୀବିହାରରୁ ଶିଶୁଭବନ ଛକ ଓ ନାଲକୋ ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ଏବେ ଏହି ସୁବିଧା ଉପଲବ୍ଧ ହେବ। ଆଗାମୀ ଦିନରେ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ ସହରରେ ଏହି ମାଗଣା ୱାଇଫାଇ ସେବା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

Related story