ନିଶା ନେଲା ଜୀବନ; ସାଙ୍ଗର ତଣ୍ଟି କାଟିଦେଲେ ଯୁବକ

ଖୋର୍ଦ୍ଧା(ବଳରାମ ଲେଙ୍କା) : ନିଶା ଆଗରେ ଫିକା ପଡ଼ିଗଲା ବନ୍ଧୁତାର ସମ୍ପର୍କ । ସାମାନ୍ୟ ବଚସାରୁ ହିତାହିତ ଜ୍ଞାନ ଭୁଲି ଯାଇଥିବା ଯୁବକ ନିଜ ବନ୍ଧୁକୁ ଅମାନୁଷିକ ଭାବେ ହତ୍ୟା କରିବାକୁ ପଛାଇଲେ ନାହିଁ।  ନିଜ ବନ୍ଧୁଙ୍କ ବେକକୁ ବ୍ଲେଡରେ କାଟି ଦେବା ସହ ପଥରରେ ଛେଚି ହତ୍ୟା କଲେ ଯୁବକ । ୪ ଦିନ ପରେ ଗଳିତ ମୃତଦେହ ଉଦ୍ଧାର ହେବା ପରେ ଘଟଣା ପଦାକୁ ଆସିଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେ […]

Murdered

  • Published: Saturday, 17 September 2022
  • , Updated: 17 September 2022, 12:05 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା) : ନିଶା ଆଗରେ ଫିକା ପଡ଼ିଗଲା ବନ୍ଧୁତାର ସମ୍ପର୍କ । ସାମାନ୍ୟ ବଚସାରୁ ହିତାହିତ ଜ୍ଞାନ ଭୁଲି ଯାଇଥିବା ଯୁବକ ନିଜ ବନ୍ଧୁକୁ ଅମାନୁଷିକ ଭାବେ ହତ୍ୟା କରିବାକୁ ପଛାଇଲେ ନାହିଁ।  ନିଜ ବନ୍ଧୁଙ୍କ ବେକକୁ ବ୍ଲେଡରେ କାଟି ଦେବା ସହ ପଥରରେ ଛେଚି ହତ୍ୟା କଲେ ଯୁବକ । ୪ ଦିନ ପରେ ଗଳିତ ମୃତଦେହ ଉଦ୍ଧାର ହେବା ପରେ ଘଟଣା ପଦାକୁ ଆସିଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେ ସବୁ ସତ ଓଗାରିଥିବା ଜଣାଯାଇଛି।

ଏପରି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଥାନା ଅଞ୍ଚଳରେ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର ଗଜପତି ନଗରର ଜି ଇଶ୍ୱର ରାଓ । ପୁଲିସ୍‌ ତାଙ୍କ ସାଙ୍ଗ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ବକ୍ସିସା ସିଂ ମେହେରଙ୍କୁ ବାନ୍ଧିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ୪ ଦିନ ତଳେ  ଜି. ଇଶ୍ୱର ରାଓ ଏବଂ ବକ୍ସିସା ସିଂ ମେହେର ଜଟଣୀର ଗୋଡା ଧର୍ମ ସାଗର ମିଲ୍ ପୋଖରୀ ନିକଟରେ ଏକାଠି ବସି ମଦ୍ୟପାନ କରୁଥିଲେ। ଏହାପରେ  ଉଭୟଙ୍କ ଭିତରେ ବଚସା ହୋଇଥିଲା। ଆଉ ବଚସାରୁ ଉଭୟ ପରସ୍ପରକୁ ଆକ୍ରମଣ କରିଥିଲେ।

ଶେଷରେ ଏକ ଧାରୁଆ ବ୍ଲେଡ ସାହାଯ୍ୟରେ ଅଭିଯୁକ୍ତ ମେହେର ନିଜ ସାଙ୍ଗ ଇଶ୍ୱରଙ୍କ ବେକକୁ କାଟି ଦେଇଥିଲେ। ଇଶ୍ୱର ତଳେ ପଡ଼ି ଛଟପଟ ହେଉଥିବା ବେଳେ ସେ ତାଙ୍କ ମୁଣ୍ଡ ଉପରେ ଏକ ପଥର ଛେଚି ଫେରାର ହୋଇଯାଇଥିଲା। ଜି ଇଶ୍ୱର ରାଓ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରିବା ସହ ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ହତ୍ୟାକାଣ୍ଡର ୪ ଦିନ ପରେ  ଧର୍ମ ସାଗର ମିଲ୍ ପୋଖରୀ ନିକଟରୁ ମୃତଦେହ ଜବତ କରିଛି। ଏଥିସହ ଅଭିଯୁକ୍ତଙ୍କୁ  ଗିରଫ କରି ଅଧିକ ପଚରାଉଚରା କରିଛି। ପୁଲିସ୍‌ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଘଟଣାର ତଦନ୍ତ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇଛି ।

Related story