ରାତି ପାହିଲେ ସାବିତ୍ରୀ ବ୍ରତ, ଫଳ ବଜାରରେ ମହଙ୍ଗା ମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାତି ପାହିଲେ ସାବିତ୍ରୀ ବ୍ରତ। ବିଶେଷ କରି ଫଳ ମାର୍କେଟ ଓ ଶାଢ଼ୀ ଦୋକାନରେ ଏଥିପାଇଁ ଲାଗିଛି ପ୍ରବଳ ଭିଡ଼।  ତେବେ ସାଧାରଣ ସମୟ ଠାରୁ ଏବେ ମାର୍କେଟରେ ଚଢ଼ା ରେଟ୍ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଫଳ ବଜାରରେ ମହଙ୍ଗା ମାଡ଼ । ଆଗ ଅପେକ୍ଷା ଡବଲ୍, ଟ୍ରିପଲ୍ ହୋଇଛି ଫଳ ରେଟ୍ । ରାଜଧାନୀରେ ସାବିତ୍ରୀ ବ୍ରତକୁ ନଜରରେ ରଖି ଭଳିକି ଭଳି ଆମ୍ବ, ଅଙ୍ଗୁର, କେନ୍ଦୁ, କଦଳୀ, ସେଓ, […]

c-00

Jyoshna Pradhan
  • Published: Sunday, 02 June 2019
  • , Updated: 02 June 2019, 06:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାତି ପାହିଲେ ସାବିତ୍ରୀ ବ୍ରତ। ବିଶେଷ କରି ଫଳ ମାର୍କେଟ ଓ ଶାଢ଼ୀ ଦୋକାନରେ ଏଥିପାଇଁ ଲାଗିଛି ପ୍ରବଳ ଭିଡ଼।  ତେବେ ସାଧାରଣ ସମୟ ଠାରୁ ଏବେ ମାର୍କେଟରେ ଚଢ଼ା ରେଟ୍ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ଫଳ ବଜାରରେ ମହଙ୍ଗା ମାଡ଼ । ଆଗ ଅପେକ୍ଷା ଡବଲ୍, ଟ୍ରିପଲ୍ ହୋଇଛି ଫଳ ରେଟ୍ । ରାଜଧାନୀରେ ସାବିତ୍ରୀ ବ୍ରତକୁ ନଜରରେ ରଖି ଭଳିକି ଭଳି ଆମ୍ବ, ଅଙ୍ଗୁର, କେନ୍ଦୁ, କଦଳୀ, ସେଓ, ସପୁରୀ ଭଳି ଫଳ ବିକ୍ରି କରୁଛନ୍ତି ଦୋକାନୀ । ତେବେ ଗତବର୍ଷଠୁ ଏବର୍ଷ ରେଟ୍ ଅଧିକ ଥିବାରୁ ଲୋକେ କମ୍ କିଣୁଛନ୍ତି । ଫଳରେ ଆଗଭଳି ବେପାର ଜମୁନଥିବା ଦୋକାନୀ କହିଛନ୍ତି ।

କଟକ ଓ ବାଲେଶ୍ୱର ସହରରେ ବି ସାବିତ୍ରୀ ବ୍ରତ ପାଇଁ ଦେଖିବାକୁ ମିଳିଛି ବେଶ୍ ଭିଡ଼। ଫଳ ଦୋକାନ, ଶଙ୍ଖା, ଚୁଡ଼ି ଓ ଲୁଗା ଦୋକାନରେ ପ୍ରବଳ ଗହଳି ଲାଗି ରହିଛି। ବାଲେଶ୍ୱର ଫାଣ୍ଡି ଛକର ଫଳ ବଜାରରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି । ତେବେ ଫଳ ଦୋକାନରେ ଚଢ଼ା ଦର ପାଇଁ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ବାତ୍ୟା ଫୋନି ଯୋଗୁ ବିକ୍ରି କମ୍ ହେଉଥିବା ବେପାରୀ କହିଛନ୍ତି ।

Related story