‘କରୋନା ଯୋଦ୍ଧା ପିଲାଙ୍କ ସ୍କୁଲ ଫି’ ସଂପୂର୍ଣ୍ଣ ଛାଡ କର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସ୍ଥିତିରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। କରୋନା ଯୋଦ୍ଧା ପିଲାଙ୍କ ପାଇଁ ସଂପୂର୍ଣ୍ଣ ସ୍କୁଲ ଫି’ ଛାଡ କରିବାକୁ ଅନୁରୋଧ କରିଛନ୍ତି। ବାକି ଛାତ୍ରଛାତ୍ରୀଙ୍କ ପାଇଁ ୫୦% ସ୍କୁଲ ଫି’ ଛାଡ଼ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ଥିବା ସମୟରେ ହଷ୍ଟେଲ ଫି’ ପୂରା ଛାଡ଼ ପାଇଁ ଦାବି କଲେ କେନ୍ଦ୍ରମନ୍ତ୍ରୀ। ମହାମାରୀ କରୋନା ଦିନକୁ […]

naveen-and-pratap

Manoranjan Sial
  • Published: Thursday, 27 August 2020
  • , Updated: 27 August 2020, 03:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସ୍ଥିତିରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। କରୋନା ଯୋଦ୍ଧା ପିଲାଙ୍କ ପାଇଁ ସଂପୂର୍ଣ୍ଣ ସ୍କୁଲ ଫି’ ଛାଡ କରିବାକୁ ଅନୁରୋଧ କରିଛନ୍ତି। ବାକି ଛାତ୍ରଛାତ୍ରୀଙ୍କ ପାଇଁ ୫୦% ସ୍କୁଲ ଫି’ ଛାଡ଼ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ଥିବା ସମୟରେ ହଷ୍ଟେଲ ଫି’ ପୂରା ଛାଡ଼ ପାଇଁ ଦାବି କଲେ କେନ୍ଦ୍ରମନ୍ତ୍ରୀ।

ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଗତ ଦୁଇ ଦିନ ହେଲେ ୨୦୦୦ରୁ ଅଧିକ ଲୋକ ଏହି ମହାମାରୀ ଜାଲରେ ପଡ଼ିଛନ୍ତି। ଏହାଛଡ଼ା ପ୍ରତିଦିନ ଜଣକ ପରେ ଜଣଙ୍କ ମୁଣ୍ଡ ନେଉଛି। ଏପରିସ୍ଥିତିରେ ଯୋଦ୍ଧାମାନେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ସେମାନେ ଦିନ ଦିନ ଘରକୁ ନଯାଇ ମେଡିକାଲ୍‌ରେ ରହି କରୋନା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଏପରି ସମୟରେ କରୋନା ଯୋଦ୍ଧାଙ୍କ ସ୍କୁଲ ଫି’ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

Related story