ଜି. ଉଦୟଗିରି ଦୁର୍ଘଟଣା ଘଟଣା: କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ଜି.ଉଦୟଗିରି: ଜି.ଉଦୟଗିରି ନିଟକସ୍ଥ କତିଙ୍ଗିଆର ତ୍ରପା ଘାଟି ନିକଟରେ ରବିବାର ଟ୍ରାକ୍ଟର ଧକ୍କାରେ ଗୋଟିଏ ବାଇକରେ ଯାଉଥିବା ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଓ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରି ସୋମବାର ମହିଳାମାନେ କତିଙ୍ଗିଆ ଛକ ରାଜପଥ ଅବରୋଧ କରିଛନ୍ତି । ଏହି ରାସ୍ତାରେ ଯାନବାହନ ଚଳାଚଳ ଠପ ହୋଇ ଯାଇଛି । ଫଳରେ ବାଲିଗୁଡାରୁ ବ୍ରହ୍ମପୁର, ଜି.ଉଦୟଗିରି ଯାଉଥିବା ଲୋକ ନାହିଁ ନ ଥିବା ସମସ୍ୟାର […]

g.udayagiri

Rakesh Mallick
  • Published: Monday, 20 July 2015
  • , Updated: 20 July 2015, 01:42 PM IST

ଜି.ଉଦୟଗିରି: ଜି.ଉଦୟଗିରି ନିଟକସ୍ଥ କତିଙ୍ଗିଆର ତ୍ରପା ଘାଟି ନିକଟରେ ରବିବାର ଟ୍ରାକ୍ଟର ଧକ୍କାରେ ଗୋଟିଏ ବାଇକରେ ଯାଉଥିବା ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଓ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରି ସୋମବାର ମହିଳାମାନେ କତିଙ୍ଗିଆ ଛକ ରାଜପଥ ଅବରୋଧ କରିଛନ୍ତି । ଏହି ରାସ୍ତାରେ ଯାନବାହନ ଚଳାଚଳ ଠପ ହୋଇ ଯାଇଛି । ଫଳରେ ବାଲିଗୁଡାରୁ ବ୍ରହ୍ମପୁର, ଜି.ଉଦୟଗିରି ଯାଉଥିବା ଲୋକ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ରବିବାର ଘଟିଥିବା ଦୁର୍ଘଟଣାରେ ମୃତକମାନଙ୍କ ଘର ଟିଆଙ୍ଗିଆର ବୁଡେଡିପାଡାରେ । ମୃତକମାନେ ହେଲେ କଛପ ପ୍ରଧାନ(୨୦), ଶଶିକାନ୍ତ ପ୍ରଧାନ(୨୨) ଏବଂ ପ୍ରବୀଣ ପ୍ରଧାନ(୨୦)।

ସୂଚନାଯୋଗ୍ୟ ମୃତ ଯୁବକମାନେ ଗୋଟିଏ ବାଇକରେ ନିଜ ଗାଁକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ପରେ ବାଇକରେ ନିଆଁ ଲାଗି ଯାଇଥିବେ ବେଳେ ଟ୍ରାକ୍ଟରକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଛି।

Related story