ଭୁବନେଶ୍ୱର: ଭୁବନେଶ୍ୱର ଗାଡ଼କଣରେ ପ୍ରତିଷ୍ଠା ହେବ ୪ଶହ ବେଡ୍ ବିଶିଷ୍ଟ ହସ୍ପିଟାଲ୍। ପିପିପି ମୋଡରେ ଏହାକୁ ନିର୍ମାଣ କରିବ କୋଲକାତାର କେପିସି ମେଡିକାଲ କଲେଜ ଗ୍ରୁପ୍। ଏଥିପାଇଁ ୫.୬ ଏକର ଜମି ଯୋଗାଇ ଦେବେ ରାଜ୍ୟ ସରକାର। ଏନେଇ ବୁଧବାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ସହିତ ଚୁକ୍ତି କରିଛି କେପିସି ମେଡିକାଲ କଲେଜ ଗ୍ରୁପ। ଏଥିହିତ ବିଏମସି ଅଧୀନରେ ଥିବା ୫ଟି ଡିସପେନସାରିକୁ ହସପିଟାଲରେ ପରିଣତ କରାଯାଇ ସମୁଦାୟ ୩୪୦ ବେଡ୍ କରାଯିବ। ଏଥିରେ କପିଳପ୍ରସାଦ ଡିସପେନସାରିକୁ ୧୨୫ ବେଡ୍ ଓ ଭରତପୁର ଡିସପେନସାରିକୁ ୨୦ବେଡ୍ ବିଶିଷ୍ଟ ହସପିଟାଲ କରାଯିବ। ତା’ସହ ବ୍ରହ୍ମେଶ୍ୱରପାଟଣା, ରସୁଲଗଡ, ଭରତପୁର ଆଦି ଡିସପେନସାରିର ଉନ୍ନତିକରଣ କରାଯିବ। ଏଥିପାଇଁ ପ୍ରାୟ ୨୫୦ରୁ ୩୦୦ କୋଟି ଟଙ୍କା ବିନିଯୋଗ କରିବ କେପିସି ମେଡିକାଲ କଲେଜ ଗ୍ରୁପ୍। ଖୁବଶୀଘ୍ର ଏହାର କର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ବିଏମସି ହେଲଥ୍ ନେଟୱର୍କ ପ୍ରୋଜେକ୍ଟ ଯୋଜନାରେ ଏହା କରାଯାଉଛି ବୋଲି କହିଛନ୍ତି ବିଏମସି କମିସନର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।