କୃତଜ୍ଞତା ଜଣାଇଲେ ଗଜପତି ମହାରାଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିବା ତିନୋଟି ସଂକଳ୍ପ ପାରିତ ହୋଇଛି। ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସେ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି। ପୁରୀକୁ ବିଶ୍ୱର ସର୍ବୋତ୍କୃଷ୍ଟ ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ କେନ୍ଦ୍ରଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏହା ରାଜ୍ୟ ସରକାରଙ୍କ ଏକ ଐତିହାସିକ ପ୍ରକଳ୍ପ। ମହାପ୍ରଭୁ ଜଗନ୍ନାଥ ପ୍ରକଳ୍ପକୁ ସଫଳ କରିବାକୁ ଆଶୀର୍ବାଦ […]

puri

Manoranjan Sial
  • Published: Saturday, 27 February 2021
  • , Updated: 27 February 2021, 08:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିବା ତିନୋଟି ସଂକଳ୍ପ ପାରିତ ହୋଇଛି। ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସେ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି। ପୁରୀକୁ ବିଶ୍ୱର ସର୍ବୋତ୍କୃଷ୍ଟ ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ କେନ୍ଦ୍ରଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏହା ରାଜ୍ୟ ସରକାରଙ୍କ ଏକ ଐତିହାସିକ ପ୍ରକଳ୍ପ। ମହାପ୍ରଭୁ ଜଗନ୍ନାଥ ପ୍ରକଳ୍ପକୁ ସଫଳ କରିବାକୁ ଆଶୀର୍ବାଦ ଦିଅନ୍ତୁ ବୋଲି ଗଜପତି ମହାରାଜ କହିଛନ୍ତି।

ଆଜି ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ସଦସ୍ୟମାନଙ୍କ ଅବଗତି ପାଇଁ ଭିଡିଓ ମାଧ୍ୟମରେ ଯୋଜନାର ମଡେଲ୍‌ ପ୍ରଦର୍ଶନ କରାଯାଇଥିଲା। ଭର୍ଚୁଆଲ୍‌ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ଆଜି ୩ଟି ସଂକଳ୍ପ ଆଣିଥିଲୋ ସେଗୁଡ଼ିକ ହେଉଛି- ଯୋଜନାକୁ ସମ୍ପୂର୍ଣ୍ଣ କରିବାକୁ ସଂକଳ୍ପ ନେବା ସହ ଶୀଘ୍ର କାମ ସାରିବାକୁ ନିଷ୍ଠାର ସହ ଉଦ୍ୟମ କରିବା, ପ୍ରତ୍ୟେକ ଓଡ଼ିଆ ଓ  ଜଗନ୍ନାଥ ପ୍ରେମୀଙ୍କୁ ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ସେମାନଙ୍କ ଅବଦାନ ପାଇଁ ସୁଯୋଗ ଦେବା ଏବଂ ଏହି ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା।

ସେହିପରି ମୁଖ୍ୟମନ୍ତ୍ରୀ ବିବୃତି ରଖି କହିଥିଲେ, ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀମନ୍ଦିର ଓ ଲକ୍ଷ ଲକ୍ଷ ଭକ୍ତଙ୍କ ନିରାପତ୍ତା ଏବଂ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛିା ଏଥିପାଇଁ ସେ ଗଜପତି ମହାରାଜ, ସମସ୍ତ ସେବାୟତ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଡକ୍ଟର ସୁବାସ ପାଣିଙ୍କୁ ଧନ୍ୟବାଦ ଜଣାଇଥିଲେ। ଦଳମତ ନିର୍ବିଶେଷରେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସ୍ୱାଗତ କରିବା ସହ ସମର୍ଥନ ଜଣାଇଛନ୍ତି।

ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ଅବଢ଼ା ଯୋଜନାରେ ୨୨ଟି ପ୍ରକଳ୍ପ ପାଇଁ ୩୨ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛିା ସେଥିରେ ରହିଛି ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରେ ୭୫ ମିଟର ପରିଧି ମଧ୍ୟରେ ବିକାଶମୂଳକ କାର୍ଯ୍ୟ। ସେହିପରି ୯ଟି ହେରିଟେଜ୍‌ କରିଡର୍‌ କମ୍ପୋନେଣ୍ଟସ୍‌, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ଭକ୍ତଙ୍କ ପାଇଁ ସ୍ୱାତନ୍ତ୍ର କ୍ଲୋକ୍‌ରୁମ ନିର୍ମାଣ ସହ ମଠ ମନ୍ଦିରର ବିକାଶା। ଏହି ଲକ୍ଷ୍ୟରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ।

Related story