ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରା ସମ୍ଭବ ହେଲା: ଗଜପତି

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିଚାଳନା କମିଟି-ଛତିଶା ନିଯୋଗ ବୈଠକ ଶେଷ। ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଖିଲେ ପ୍ରତିକ୍ରିୟା। ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରା ଆୟୋଜନ ସମ୍ଭବ ହେଲା। ରଥଯାତ୍ରା ଆୟୋଜନ ପାଇଁ କେନ୍ଦ୍ର ଓ ରାଜ୍ୟ ପଦକ୍ଷେପ ନେଲେ। ସେବାୟତଙ୍କ ସହଯୋଗ ଏବଂ ନୀତିକାନ୍ତି ସୁରୁଖୁରୁରେ ହେଲା। ବିନା ଭକ୍ତରେ ରଥଯାତ୍ରା ହେଲା, ସେବାୟତମାନେ ରଥ ଟାଣିଲେ। ଏ ନେଇ ବୈଠକରେ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି ବୋଲି କହିଲେ ଗଜପତି। ନାଗାର୍ଜୁନ ବେଶ […]

gajapati

Tapas Behera
  • Published: Tuesday, 07 July 2020
  • , Updated: 07 July 2020, 09:28 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିଚାଳନା କମିଟି-ଛତିଶା ନିଯୋଗ ବୈଠକ ଶେଷ। ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଖିଲେ ପ୍ରତିକ୍ରିୟା। ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରା ଆୟୋଜନ ସମ୍ଭବ ହେଲା। ରଥଯାତ୍ରା ଆୟୋଜନ ପାଇଁ କେନ୍ଦ୍ର ଓ ରାଜ୍ୟ ପଦକ୍ଷେପ ନେଲେ। ସେବାୟତଙ୍କ ସହଯୋଗ ଏବଂ ନୀତିକାନ୍ତି ସୁରୁଖୁରୁରେ ହେଲା। ବିନା ଭକ୍ତରେ ରଥଯାତ୍ରା ହେଲା, ସେବାୟତମାନେ ରଥ ଟାଣିଲେ।

ଏ ନେଇ ବୈଠକରେ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି ବୋଲି କହିଲେ ଗଜପତି। ନାଗାର୍ଜୁନ ବେଶ ନେଇ ଆଲୋଚନା ହୋଇନି। ରଥଯାତ୍ରାକୁ ନେଇ ଆଲୋଚନା ହୋଇଛି। ମହାପ୍ରଭୁଙ୍କ ସେବାରେ କୌଣସି ବାଧା ଉପୁଜିବ ନାହିଁ ବୋଲି କହିଛନ୍ତି ଗଜପତି। ଶ୍ରୀମନ୍ଦିର ପାଇଁ ଉତ୍ତମ ସେବାୟତ ନିର୍ମାଣର ଆବଶ୍ୟକତା ଅଛି। ସେବାୟତଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି। ସମସ୍ତ କୋଭିଡ୍ ନିୟମ ପାଳି ଏଥର ରଥଯାତ୍ରା ସମ୍ପନ୍ନ ହୋଇଛି ବୋଲି ଗଜପତି ମହାରାଜା କହିଛନ୍ତି।

Related story