ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହେଲା ବିଜେପି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଘଟଣାରେ ଲୋକଙ୍କ ମାନବାଧିକାର କ୍ଷୁଣ୍ଣ ହୋଇଥିବା ବିଜେପି ଅଭିଯୋଗ କରିଛି । ଏହି ସବୁ ଘଟଣାରେ ମୁଖ୍ୟ ଭୂମିକା ନିଭାଇ ଥିବା ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ବିଜେପିର ଏକ ୯ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏହି ଦାବି କରିଛନ୍ତି। ସେପଟେ ପୁରୀ ଜିଲ୍ଲା ଗୋପ ବ୍ଲକରେ ଗଜଭିୟେଙ୍କ ଦ୍ୱାରା ଜମି ଜବରଦଖଲ ଅଭିଯୋଗ ନେଇ ଆଜି […]

gajviye1-300x210

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 04:10 PM IST

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଘଟଣାରେ ଲୋକଙ୍କ ମାନବାଧିକାର କ୍ଷୁଣ୍ଣ ହୋଇଥିବା ବିଜେପି ଅଭିଯୋଗ କରିଛି । ଏହି ସବୁ ଘଟଣାରେ ମୁଖ୍ୟ ଭୂମିକା ନିଭାଇ ଥିବା ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ବିଜେପିର ଏକ ୯ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏହି ଦାବି କରିଛନ୍ତି। ସେପଟେ ପୁରୀ ଜିଲ୍ଲା ଗୋପ ବ୍ଲକରେ ଗଜଭିୟେଙ୍କ ଦ୍ୱାରା ଜମି ଜବରଦଖଲ ଅଭିଯୋଗ ନେଇ ଆଜି ନିମାପଡ଼ା କୋର୍ଟରେ ମାମଲା ଦାୟର କରିଛି ପୁରୀ ସଚେତନ ନାଗରିକ ମଞ୍ଚ। ଅନ୍ୟପକ୍ଷେ ଜମି ଜବରଦଖଲ ଅଭିଯୋଗ ନେଇ ଗତକାଲି ଭିଜିଲାନ୍ସ ଜେରାର ସମ୍ମୁଖୀନ ହୋଇଥିବା ଗଜଭିୟେ ଆଜି କଟକସ୍ଥିତ ପୋଲିସ୍ ମୁଖ୍ୟାଳୟକୁ ଯାଇଥିଲେ।

Related story