ପିଲାଙ୍କ ଶୁଭ ମନାସି ରାସ୍ତାରେ ଗଜାନନଙ୍କୁ ପୂଜା କଲେ ବ୍ଲକଗ୍ରାଣ୍ଟ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଗଣେଶ ପୂଜାର ଧୂମଧାମ୍‌ରେ ଚାଲିଛି। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଆରାଧାନା ପାଇଁ ସମଗ୍ର ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି। ମାତ୍ର ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ରାଜଧାନୀରେ ଧାରଣା ଦେଉଥିବାରୁ ଅନେକ ସ୍କୁଲରେ ଗଣେଶ ପୂଜା ହୋଇପାରିନାହିଁ। ସେଥିପାଇଁ ଶିକ୍ଷକମାନେ ପିଲାଙ୍କ ଶୁଭ ମନାସି ପିଏମ୍‌ଜିରେ ରାସ୍ତା ଉପରେ ଗଜାନନଙ୍କ ପୂଜା କରିଛନ୍ତି।  ଯାହା ଅଜିର ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଓ ଅନ୍ୟାନ୍ୟ ଦାବି ପୂରଣ […]

ganesh puja

Rakesh Mallick
  • Published: Friday, 25 August 2017
  • , Updated: 26 August 2017, 03:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଗଣେଶ ପୂଜାର ଧୂମଧାମ୍‌ରେ ଚାଲିଛି। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଆରାଧାନା ପାଇଁ ସମଗ୍ର ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି। ମାତ୍ର ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ରାଜଧାନୀରେ ଧାରଣା ଦେଉଥିବାରୁ ଅନେକ ସ୍କୁଲରେ ଗଣେଶ ପୂଜା ହୋଇପାରିନାହିଁ। ସେଥିପାଇଁ ଶିକ୍ଷକମାନେ ପିଲାଙ୍କ ଶୁଭ ମନାସି ପିଏମ୍‌ଜିରେ ରାସ୍ତା ଉପରେ ଗଜାନନଙ୍କ ପୂଜା କରିଛନ୍ତି।  ଯାହା ଅଜିର ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଓ ଅନ୍ୟାନ୍ୟ ଦାବି ପୂରଣ ନେଇ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଦୀର୍ଘ ୯ ଦିନ ଧରି ଧାରଣାରେ ବସିଛନ୍ତି। ବର୍ଷା ସତ୍ତ୍ୱେ ଶିକ୍ଷକମାନେ ଧାରଣାରେ ବସିଛନ୍ତି। ମାତ୍ର ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ଦେଉନାହାନ୍ତି। ଯାହାଫଳରେ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଗଣଧାରଣା ୯ ଦିନ ଧରି ଚାଲିଥିବାରୁ ୧୨ରୁ ଅଧିକ ଶିକ୍ଷକ ଗୁରୁତର ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ସ୍ଥିତି ସଙ୍କଟାପନ୍ନ ହେବା ଦେଖି ଗୁରୁବାର ସନ୍ଧ୍ୟାରେ ରାଜ୍ୟ ସରକାର ଆନ୍ଦୋଳନରତ ଶିକ୍ଷକମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଦୀର୍ଘ ୪ ଘଣ୍ଟାର ଆଲୋଚନା ପରେ ମଧ୍ୟ ଶିକ୍ଷକଙ୍କ ଦାବି ପୂରଣ ହୋଇପାରିନଥିଲା।

ପିଏମ୍‌ଜିରେ ଧାରଣା ଚାଲିଥିବାରୁ ଅନେକ ସ୍କୁଲରେ ଗଣେଶ ପୂଜା ହୋଇପାରି ନାହିଁ। ପିଲାମାନେ ସ୍କୁଲ ଯାଇ ନିରାଶ ହୋଇ ଘରକୁ ଫେରି ଯାଇଛନ୍ତି। ଆଜି ପିଏମ୍‌ଜିରେ ଶିକ୍ଷକମାନେ ରାସ୍ତା ଉପରେ ଗଣେଶ ମୂର୍ତ୍ତି ରଖି ପୂଜା କରିଛନ୍ତି। ଏପରିକି ପୂରୋହିତ ସ୍ଥାନରେ ଶିକ୍ଷକମାନେ ପୂଜକ ସାଜିଛନ୍ତି। ଛାତ୍ରଛାତ୍ରୀଙ୍କ ଶୁଭ ମନାସି ଶିକ୍ଷକମାନେ ପୂଜା କରୁଛନ୍ତି। ଯାହା ପଥଚାରୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି।

Related story