ଓଡ଼ିଶା ରାଜ୍ୟପାଳ ଭାବେ ଶପଥ ନେଲେ ପ୍ରଫେସର ଗଣେଶୀ ଲାଲ୍‌

Ordigital Desk
  • Published: Tuesday, 29 May 2018
  • , Updated: 29 May 2018, 06:25 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଆଜି ଶପଥ ନେଲେ ପ୍ରଫେସର ଗଣେଶୀ ଲାଲ୍&zwnj;। ରାଜଭବନରେ ଆୟୋଜିତ ସମାରୋହରେ ହାଇକୋର୍ଟର ମୁଖ୍ୟ ବିଚାରପତି ବିନିତ ଶରଣ, ରାଜ୍ୟପାଳଙ୍କୁ ଶପଥ ପାଠ କରାଇ ଥିଲେ। ପରେ ନୂଆ ରାଜ୍ୟପାଳଙ୍କୁ ଗାର୍ଡ଼ ଅଫ୍&zwnj; ଅନର ଦିଆଯାଇଥିଲା।</p> <p>ରାଜ୍ୟପାଳ ଏସ୍.ସି ଜମିରଙ୍କ କାର୍ଯ୍ୟକାଳ ସରିବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡ଼ିଶାର ଦାୟିତ୍ୱ ଦିଆଯାଇଥିଲା। ସେ ଗତ ମାର୍ଚ୍ଚ ୨୧ ତାରିଖରୁ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ। ଏହାପରେ କେନ୍ଦ୍ର ସରକାର ଗଣେଶୀ ଲାଲଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ଦେଇଛନ୍ତି।</p>

Related story