ଗଙ୍ଗା, ଯମୁନା କୂଅରେ ପାଣି ଅଭାବ: ଅବଢ଼ା ମିଳିବା ନେଇ ଆଶଙ୍କା

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଅବଢ଼ା ମିଳିବାର ଥିଲା । ତେବେ ଶ୍ରୀମନ୍ଦିର ପରିସରରେ ଥିବା ଗଙ୍ଗା, ଯମୁନା କୂଅରେ ଆବଶ୍ୟକ ପରିମାଣର ପାଣି ନ ଥିବାରୁ ଅବଢ଼ା ପ୍ରସ୍ତୁତିରେ ସମସ୍ୟା ଉପୁଜୁଛି । ଫଳରେ ଆଜି ଭକ୍ତଙ୍କୁ ଅବଡା ମିଳିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏ ନେଇ ଆଜି ସୁଆର ଓ ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଆଲୋଚନା କରାଯାଇଛି। ତେବେ କୂଅରେ ଯେତିକି ପାଣି ଅଛି ସେଥିରେ ଠାକୁର […]

Sri_Jagannath

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 10:38 AM IST

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଅବଢ଼ା ମିଳିବାର ଥିଲା । ତେବେ ଶ୍ରୀମନ୍ଦିର ପରିସରରେ ଥିବା ଗଙ୍ଗା, ଯମୁନା କୂଅରେ ଆବଶ୍ୟକ ପରିମାଣର ପାଣି ନ ଥିବାରୁ ଅବଢ଼ା ପ୍ରସ୍ତୁତିରେ ସମସ୍ୟା ଉପୁଜୁଛି । ଫଳରେ ଆଜି ଭକ୍ତଙ୍କୁ ଅବଡା ମିଳିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏ ନେଇ ଆଜି ସୁଆର ଓ ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଆଲୋଚନା କରାଯାଇଛି। ତେବେ କୂଅରେ ଯେତିକି ପାଣି ଅଛି ସେଥିରେ ଠାକୁର ନୀତି ଲାଗି ଅବଢ଼ା ପ୍ରସ୍ତୁତ ହୋଇପାରିବ। କିନ୍ତୁ ଭକ୍ତଙ୍କ ଲାଗି ଅଧିକ ପରିମାଣର ଅବଢ଼ା ପ୍ରସ୍ତୁତ କରିହେବ ନାହିଁ ବୋଲି ସୁଆର ନିଯୋଗ ପକ୍ଷରୁ କୁହାଯାଇଛି।

Related story