ଗ୍ୟାଙ୍ଗଷ୍ଟରଙ୍କ ଗାର୍ଲଫ୍ରେଣ୍ଡ ଫଣ୍ଡା: ଆଇନ୍‌ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବିଛାଇଛି ନେଟ୍‌ୱର୍କ

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ୟାର୍, ଇସ୍କ ଆଉ ମୋହବତ୍‌ ମାୟା ଦେଖାଇ ସିଲଭର୍ ସିଟିରେ କୁଖ୍ୟାତ୍ ଅପରାଧୀ ଚଳାଉଛନ୍ତି ଅପରାଧର ଗୋଟି। ଧଳସାମନ୍ତ ବ୍ରଦର୍ସ ପରେ ପରେ ସାମ୍ନାକୁ ଆସିଥିବା ସକିଲ ଅହମ୍ମଦ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ପତିଆରା କମିଶନରେଟ୍ ପୁଲିସର ନିଦ ହଜାଇ ଦେଇଛି। ଯିଏ ନିଜ କ୍ରାଇମ କୁଇନ୍‌କୁ ମାଧ୍ୟମ କରି ଜେଲରେ ରହି ଦାଦାବଟି ଆଦାୟ ସହ ନା ନା ଅପରାଧ ଭିଆଉଥିଲା। ଯାହାର ଖୁଲାସା କରିବା ପରେ ସାମ୍ନାକୁ ଆସିଛି ଗ୍ୟାଙ୍ଗଷ୍ଟରଙ୍କ ଗାର୍ଲଫ୍ରେଣ୍ଡ […]

h-908

h-908

Tapas Behera
  • Published: Thursday, 02 January 2020
  • Updated: 02 January 2020, 09:04 PM IST

Sports

Latest News

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ୟାର୍, ଇସ୍କ ଆଉ ମୋହବତ୍‌ ମାୟା ଦେଖାଇ ସିଲଭର୍ ସିଟିରେ କୁଖ୍ୟାତ୍ ଅପରାଧୀ ଚଳାଉଛନ୍ତି ଅପରାଧର ଗୋଟି। ଧଳସାମନ୍ତ ବ୍ରଦର୍ସ ପରେ ପରେ ସାମ୍ନାକୁ ଆସିଥିବା ସକିଲ ଅହମ୍ମଦ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ପତିଆରା କମିଶନରେଟ୍ ପୁଲିସର ନିଦ ହଜାଇ ଦେଇଛି। ଯିଏ ନିଜ କ୍ରାଇମ କୁଇନ୍‌କୁ ମାଧ୍ୟମ କରି ଜେଲରେ ରହି ଦାଦାବଟି ଆଦାୟ ସହ ନା ନା ଅପରାଧ ଭିଆଉଥିଲା। ଯାହାର ଖୁଲାସା କରିବା ପରେ ସାମ୍ନାକୁ ଆସିଛି ଗ୍ୟାଙ୍ଗଷ୍ଟରଙ୍କ ଗାର୍ଲଫ୍ରେଣ୍ଡ ଫଣ୍ଡା । ତା’ସହ ଚୌଦ୍ୱାର ଜେଲରେ ଚେହେରା ବି ପଦାରେ ପଡ଼ିଛି। ଗ୍ୟାଙ୍ଗଷ୍ଟରଙ୍କ ଗାର୍ଲଫ୍ରେଣ୍ଡ ଫଣ୍ଡା। ଲଭ୍ ଆଉ ରୋମାନ୍ସ ଭିତରେ କ୍ରାଇମ୍ ନେଟୱର୍କ।

ସିଲଭର୍ ସିଟିର ଦୁର୍ଦ୍ଦାନ୍ତ ଅପରାଧୀ ସକିଲ୍ ଅହମ୍ମଦ। ଡାସିଂ ଲୁକ୍ସ ସାଙ୍ଗକୁ ଷ୍ଟାଇଲିଷ୍ଟ ବି । ଆଉ ଧରାପଡ଼ିଥିବା ଯୁବତୀ ଜଣକ ହେଉଛନ୍ତି ତା’ ଗାର୍ଲଫ୍ରେଣ୍ଡ । ପ୍ରେମରେ ଦୁହେଁ ଉବୁଟୁବୁ। ଅପରାଧର ସାମ୍ରାଜ୍ୟରେ ବି ଜଣେ ଜଣେ ସମ୍ରାଟ୍ ଏମାନେ।

ଚୌଦ୍ୱାର୍ ଜେଲରେ ସଜା କାଟୁଥିବା ପ୍ରେମିକ ସକିଲର ରାଇଟ୍ହ୍ୟାଣ୍ଡ । ଯିଏ ସକିଲର କ୍ରାଇମ୍ ନେଟୱର୍କର ତଦାରଖ କରୁଥିଲା କଟକ ସିଟିରେ । ଚୌଦ୍ୱାର୍ ଜେଲ୍ ଭିତରୁ ଫୋନ୍ କଲରେ ଅପରେଟ୍ କରି ସକିଲ୍ ଆଦାୟ କରୁଥିଲା ଦାଦାବଟି । ଡିସେମ୍ବର ୧୨ । ବକ୍ସିବଜାରର ବ୍ୟବସାୟୀ ସୁରଜ ଅଗ୍ରୱାଲକୁ ଭିଡ଼ିଓ କଲ୍ କରି ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା ସକିଲ୍ । ଏନେଇ ଏତଲା ପରେ ସକିଲର ବାପା ସହ ୫ ଜଣ ଗିରଫ ହେବା ପରେ ଗାର୍ଲଫ୍ରେଣ୍ଡ ଲିଙ୍କ୍‌ ଖୁଲାସା କରିଛି କମିଶନରେଟ୍ ପୁଲିସ। ଆଉ ତାସହ ସକିଲର  କ୍ରାଇମ୍ କୁଇନ୍‌କୁ ଗିରଫ କରିଛି।

କେବଳ ଏହି ଗୋଟିଏ ଅପରାଧ ନୁହେଁ, ଦାଦାବଟି ଏବଂ ବୋମାମାଡ଼ ସହ ଗୁଳିକାଣ୍ଡ ୩୦ରୁ ଅଧିକ ମାମଲାରେ ସଂପୃକ୍ତ ସକିଲ୍ ଅହମ୍ମଦ। ଯାହାକୁ ଗତ ଜୁନ୍ ୦୭ରେ ଗିରଫ କରି ଚୌଦ୍ୱାର୍ ଜେଲରେ ରଖିଛି ପୁଲିସ। ସେହିଦିନଠୁ ସକିଲକୁ  ନିୟମିତ ବ୍ୟବଧାନରେ ଭେଟିବାକୁ ଯାଉଥିଲା ତାଗାର୍ଲଫ୍ରେଣ୍ଡ । ଜେଲ୍ ଭିତରେ ରହି ମୋବାଇଲ୍ ମାଧ୍ୟମରେ ଗାର୍ଲଫ୍ରେଣ୍ଡ ସହାୟତାରେ କ୍ରମାଗତ ଅପରାଧ ଭିଆଉଥିଲା ସକିଲ୍ । କାରଣ ଚୌଦ୍ୱାର ଜେଲରେ ରହିଛି ଢିଲା ସୁରକ୍ଷା ବ୍ୟବସ୍ଥା। ଜେଲରେ ଲାଗିଥିବା ୪୮ଟି ସିସିଟିଭି ମଧ୍ୟରୁ କାମ କରୁଛି ମାତ୍ର ୫ଟି ।

ଦୀର୍ଘ ଦିନ ହେଲା, ଅଚଳ ହୋଇପଡ଼ିରହିଛି ଜାମର୍। ଜେଲର କ୍ଷମତା ୭୨୮ ଥିବାବେଳେ କଏଦୀଙ୍କ ସଂଖ୍ୟା ହଜାରେରୁ ଅଧିକ। ତା’ଭିତରେ ଧଳସାମନ୍ତ ଗ୍ୟାଙ୍ଗ ସଦସ୍ୟ, ଟିଟୋ ସହ ତାର ଗ୍ୟାଙ୍ଗ ସଦସ୍ୟ ଏବଂ ଏକାଧିକ କୁଖ୍ୟାତ ଅପରାଧୀ ଭାବେ ବନ୍ଦୀ ଅଛନ୍ତି। ଫଳରେ ଅଣାୟତ୍ତ ହୋଇପଡ଼ିଛି ଅପରାଧୀଙ୍କ ଗତିବିଧି ।

କୁହାଯାଉଛି ଧଳ ସାମନ୍ତ ବ୍ରଦର୍ସ ପରେ ପରେ ସକିଲର ପତିଆରାରା ବଢ଼ିଚାଲିଛିା ଏଭଳି ସ୍ଥିତିରେ ସକିଲର କ୍ରାଇମ୍ ନେଟୱର୍କକୁ ହ୍ୟାଣ୍ଡଲ୍ କରୁଥିବା ଆଇନ ଛାତ୍ରୀ ତଥା ଗାର୍ଲଫ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ ଅପରାଧ ଜଗତର ଏହି ଲଭ୍ ବାର୍ଡଙ୍କ ଲିଙ୍କରେ ଆଉ କିଏ ତାକୁ ନେଇ ପୁଲିସର ଖୁଲାସାକୁ ଅପେକ୍ଷା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos