ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ୍ ଉସ୍ମାନ ଅଲିକୁ ଗିରଫ କରାଯାଇଛି। ଏହାସହ ତାର ସହଯୋଗୀକୁ ମଧ୍ୟ ଗିରଫ କରାଯାଇଥିବା ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଏଥିସହ ଟିଟୋର ଅପରାଧିକ କାର୍ଯ୍ୟର ତଦନ୍ତ ଚାଲିଥିବା ଡିଜିପି କହିଛନ୍ତି।
ଗତକାଲି ଚଣ୍ଡିଖୋଲରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଟିଟୋକୁ ଏନ୍କାଣ୍ଟର କରିଥିଲା। ଟିଟୋର ବାମ ଗୋଡ଼ର ଆଣ୍ଠୁ ତଳେ ଗୁଳି ବାଜିଥିଲା। ଏବେ ସେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛି।
ଅନ୍ୟପକ୍ଷରେ ଟିଟୋକୁ ପୋଲିସ ଘରୁ ଉଠାଇନେଇ ଥିଲା ବୋଲି ତା’ ପତ୍ନୀ କହିଛନ୍ତି।
ଆହୁରି ପଢ଼ନ୍ତୁ-ଗ୍ୟାଙ୍ଗ୍ଷ୍ଟର ଟିଟୋକୁ ଏନ୍କାଉଣ୍ଟର; ପତ୍ନୀ ଦେଲେ ଚାଞ୍ଚଲ୍ୟକର ବୟାନ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।