୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲେ ଯବାନ

Ordigital Desk
  • Published: Sunday, 22 October 2017
  • , Updated: 22 October 2017, 10:20 PM IST
<p>କୋରାପୁଟ (ଓଡ଼ିଶା ରିପୋର୍ଟର): ସୁଙ୍କି ଘାଟିରେ ବିଏସ୍ଏଫ୍ ଯବାନମାନେ ୬୦୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ।</p> <p>ଗତକାଲି ରାତିରେ ଏକ ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ ପୁକୁଳିରୁ ଆନ୍ଧ୍ରପ୍ରଦେଶର ସାଲୁର ଯାଉଥିଲା। ଏହି ସମୟରେ ସୁଙ୍କି ମାର୍କେଟ ନିକଟରେ ବିଏସ୍&zwnj;ଏଫ ଯବାନମାନେ ଗାଡି ଅଟକାଇବା ସହ ପଚରାଉଚୁରା କରିଥିଲେ। ପରେ ଗାଡିରେ ଗଞ୍ଜେଇ ଥିବା ଜାଣାପଡିଥିଲା। ପୋଲିସ୍&zwnj; ଗାଡିକୁ ଅଟକ ରଖିଛି। ହେଲେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।</p>

Related story