୨୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍‌

ବାଲିଗୁଡ଼ା(ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି କନ୍ଧମାଳ ପୁଲିସ୍‌ ଜୋରଦାର ଉଦ୍ୟମ ଚଳାଇଛି। ତେବେ ଗତକାଲି କ.ନୂଆଗାଁ ପୁଲିସ୍‌ ଓ ଅବକାରୀ ବିଭାଗ କର୍ମଚାରୀ ମିଳିତ ଚଢ଼ଉ କରି ସାଇନିପଡା ପଞ୍ଚାୟତର ଦଉଙ୍ଗିଆ ଓ ବିକାଙ୍ଗିଆ ଆଦି ଅଞ୍ଚଳରେ ୨୨୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହ ପେଟ୍ରୋଲ ଢାଳି ପୋଡ଼ି ଦେଇଛନ୍ତି । ଏହାର ଆନୁମାନିକ ମୂଲ୍ୟ ୨୨ କୋଟି ଟଙ୍କା […]

baliguda

Jyoshna Pradhan
  • Published: Monday, 02 December 2019
  • , Updated: 02 December 2019, 09:48 AM IST

ବାଲିଗୁଡ଼ା(ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି କନ୍ଧମାଳ ପୁଲିସ୍‌ ଜୋରଦାର ଉଦ୍ୟମ ଚଳାଇଛି। ତେବେ ଗତକାଲି କ.ନୂଆଗାଁ ପୁଲିସ୍‌ ଓ ଅବକାରୀ ବିଭାଗ କର୍ମଚାରୀ ମିଳିତ ଚଢ଼ଉ କରି ସାଇନିପଡା ପଞ୍ଚାୟତର ଦଉଙ୍ଗିଆ ଓ ବିକାଙ୍ଗିଆ ଆଦି ଅଞ୍ଚଳରେ ୨୨୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହ ପେଟ୍ରୋଲ ଢାଳି ପୋଡ଼ି ଦେଇଛନ୍ତି । ଏହାର ଆନୁମାନିକ ମୂଲ୍ୟ ୨୨ କୋଟି ଟଙ୍କା ହେବ ବୋଲି ପୁଲିସ୍ କହିଛି।

ଅନ୍ୟପକ୍ଷରେ କ.ନୂଆଗାଁ ଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲ ଇଲାକାରେ ଶହ ଶହ ଏକର ଜମିରେ ଗଞ୍ଜେଇ ଚାଷ କରି ବେପାରୀ ଓ ମାଫିଆ ମାଲାମାଲ ହେଉଛନ୍ତି। ବିଶେଷକରି କନ୍ଧମାଳ ଜିଲ୍ଲାର ବାଲିଗୁଡା, କ.ନୂଆଗାଁ ଓ ଫିରିଙ୍ଗିଆ ଆଦି ଅଞ୍ଚଳରେ ପୁଲିସ୍‌ ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଜୋରଦାର ପ୍ରୟାସ ଚଳାଇଛି।

Related story