୩ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍

‌ମାଲକାନଗିରି (ରତ୍ନାକର ପ୍ରଧାନ): ୩ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ କାଟି ନଷ୍ଟ କଲା ପୁଲିସ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ  ଲଗାଯାଇଥିବା ଗଞ୍ଜେଇ ଗଛକୁ ପୁଲିସ ନଷ୍ଟ କରିଦେଇଛି। ମିଳିଥିବା ସୂଚନା ଅନୁସାରେ, ଚିତ୍ରକୋଣ୍ଡାରେ ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷ୍ କରାଯାଇଥିବା ପୁଲିସ ଖବର ପାଇଥିଲା। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତ ଅନ୍ତର୍ଗତ ପୁରଣା ବନଗୁରୁ, ପାବଳିଗୁଡା, ଲାଂଭାସିଙ୍ଘ, ରରାଗଣିଗୁଡା ଓ ସାରିଆପାଲି ଅଞ୍ଚଳରେ ଗତ ଦୁଇ ଧରି ପୁଲିସ ଚଢ଼ାଉ କରିଥିଲା।୨୦୫ […]

Ganja-seized

Tapaswini Nayak
  • Published: Sunday, 21 November 2021
  • , Updated: 21 November 2021, 09:53 AM IST

ମାଲକାନଗିରି (ରତ୍ନାକର ପ୍ରଧାନ): ୩ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ କାଟି ନଷ୍ଟ କଲା ପୁଲିସ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ  ଲଗାଯାଇଥିବା ଗଞ୍ଜେଇ ଗଛକୁ ପୁଲିସ ନଷ୍ଟ କରିଦେଇଛି।

ମିଳିଥିବା ସୂଚନା ଅନୁସାରେ, ଚିତ୍ରକୋଣ୍ଡାରେ ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷ୍ କରାଯାଇଥିବା ପୁଲିସ ଖବର ପାଇଥିଲା। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତ ଅନ୍ତର୍ଗତ ପୁରଣା ବନଗୁରୁ, ପାବଳିଗୁଡା, ଲାଂଭାସିଙ୍ଘ, ରରାଗଣିଗୁଡା ଓ ସାରିଆପାଲି ଅଞ୍ଚଳରେ ଗତ ଦୁଇ ଧରି ପୁଲିସ ଚଢ଼ାଉ କରିଥିଲା।୨୦୫ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ  ନିଆଁ ଜାଳି ପୁଲିସ ନଷ୍ଟ କରିଦେଇଥିଲା।

ଏସଡିପିଓଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହିଭଳି ଆଗାମୀ ଦିନରେ ଗଞ୍ଜେଇ ଚାଷ ନଷ୍ଟ କରାଯିବ ବୋଲି ପୁଲିସ କହିଛି ।

 

 

Related story