ଆମ୍ବୁଲାନ୍ସରେ ରୋଗୀ ନୁହେଁ ଯାଉଥିଲା ଗଞ୍ଜେଇ, ଛକି ରହିଥିଲା ପୁଲିସ୍‌

ବୌଦ୍ଧ(ଦୀପକ ଅଦାର ): ସାଇରନ ବଜାଇ ଦ୍ରୁତ ଗତିରେ ରାସ୍ତାରେ ମାଡ଼ି ଚାଲିଥିଲା ଘରୋଇ ଆମ୍ବୁଲାନ୍ସ । କୌଣସି ଗୁରୁତର ରୋଗୀ ହସ୍ପିଟାଲ ଯାଉଥିବ ଭାବି ଲୋକେ ରାସ୍ତା ଛାଡ଼ି ଦେଉଥିଲେ। ହେଲେ ହଠାତ୍‌ ମଝି ରାସ୍ତାରେ ବାଟ ଓଗାଳିଲା ପୁଲିସ୍‌। ଆଉ ଯାହା ଜବତ କଲା ତାହା ଦେଖି ସମସ୍ତେ ତାଜୁବ । ଆମ୍ବୁଲାନ୍ସରେ କୌଣସି ରୋଗୀ ନୁହେଁ, ରୋଗୀ ପରିବର୍ତ୍ତେ ଯାଉଥିଲା ବସ୍ତା ବସ୍ତା ଗଞ୍ଜେଇ ।  ଆମ୍ବୁଲାନ୍ସରୁ ୯୪  କେଜି ଗଞ୍ଜେଇ ଜବତ […]

pic

  • Published: Wednesday, 04 January 2023
  • , Updated: 04 January 2023, 10:31 AM IST

ବୌଦ୍ଧ(ଦୀପକ ଅଦାର ): ସାଇରନ ବଜାଇ ଦ୍ରୁତ ଗତିରେ ରାସ୍ତାରେ ମାଡ଼ି ଚାଲିଥିଲା ଘରୋଇ ଆମ୍ବୁଲାନ୍ସ । କୌଣସି ଗୁରୁତର ରୋଗୀ ହସ୍ପିଟାଲ ଯାଉଥିବ ଭାବି ଲୋକେ ରାସ୍ତା ଛାଡ଼ି ଦେଉଥିଲେ। ହେଲେ ହଠାତ୍‌ ମଝି ରାସ୍ତାରେ ବାଟ ଓଗାଳିଲା ପୁଲିସ୍‌। ଆଉ ଯାହା ଜବତ କଲା ତାହା ଦେଖି ସମସ୍ତେ ତାଜୁବ । ଆମ୍ବୁଲାନ୍ସରେ କୌଣସି ରୋଗୀ ନୁହେଁ, ରୋଗୀ ପରିବର୍ତ୍ତେ ଯାଉଥିଲା ବସ୍ତା ବସ୍ତା ଗଞ୍ଜେଇ ।  ଆମ୍ବୁଲାନ୍ସରୁ ୯୪  କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ତାହାର ଅନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି।

ଏପରି ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ହୋଇଥିବା ବେଳେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଅଙ୍କୁନ ଗ୍ରାମର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ସହରର କୈଳାସ ସିଂ ।

କନ୍ଧମାଳ ଜିଲ୍ଲା ଗୋଛପଡା ଅଞ୍ଚଳରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ବିପୁଳ ଗଞ୍ଜେଇ ଆସୁଥିବା କୌଣସି ସୂତ୍ରରୁ ଶଗଡ଼ ଫାଣ୍ଡି ଅଧିକାରୀ ସୂଚନା ପାଇଥିଲେ । ସୂଚନା ପାଇ ଏକ ଟିମ୍ ଗଠନ କରି ଗୁନ୍ଦୁଲିଆ ଅଞ୍ଚଳରେ ଆମ୍ବୁଲାନ୍ସକୁ ଅଟକାଇ  ଚଢ଼ାଉ କରିଥିଲେ। ଏହାପରେ ଆମ୍ବୁଲାନ୍ସରୁ ୯୪  କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ଦେଇଛି ପୁଲିସ୍ । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି SDPO ଆନନ୍ଦ ବର୍ଦ୍ଧନ ଗୁରୁ।

Related story