୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ନୂଆପାଲି ସ୍ଥିତ ଶୁଲିଆ ଜଙ୍ଗଲରେ ଚଢ଼ାଉ କରି ପୁଲିସ୍ ପାଖାପାଖି ୨ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଏ ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୬ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଯୁବକଙ୍କ ନାଁ ଶୁଭ୍ରାଂଶୁ କର୍ମୀ। ଗଞ୍ଜେଇ ଚାଲାଣ ନେଇ କୌଣସି ସୂତ୍ରରୁ ଖବର ପାଇ […]

ganja

Jitendra Garnayak
  • Published: Wednesday, 13 March 2019
  • , Updated: 13 March 2019, 01:55 PM IST

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ନୂଆପାଲି ସ୍ଥିତ ଶୁଲିଆ ଜଙ୍ଗଲରେ ଚଢ଼ାଉ କରି ପୁଲିସ୍ ପାଖାପାଖି ୨ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

ଏ ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୬ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଯୁବକଙ୍କ ନାଁ ଶୁଭ୍ରାଂଶୁ କର୍ମୀ।

ଗଞ୍ଜେଇ ଚାଲାଣ ନେଇ କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ଏହି ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରାଯାଉଥିଲା।
ପୁଲିସ୍ ଏ ଘଟଣାରେ ତଦନ୍ତ ଚଳାଇଛି ଓ ଫେରାର ବ୍ୟକ୍ତିମାନଙ୍କୁ ଧରିବାକୁ ଉଦ୍ୟମ କରୁଛି।

Related story