ପିପିଇ କିଟ୍‌ ଭିତରେ ଚାଲାଣ ହେଉଥିଲା ଏପରି ଜିନିଷ, ଧରା ପଡ଼ିଗଲା

ଆସିକା(ମନୋଜ ମୁନି): ପୁଲିସ୍‌ ଆଖିରେ ଧୁଳି ଦେବାକୁ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରାପଡ଼ିଯାଇଛି। ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍‌ ଢଙ୍କାଯାଇ ହେଉଥିଲା ଗଞ୍ଜେଇ ଚାଲାଣ। ହେଲେ  ପୁଲିସ୍‌ ଆମ୍ବୁଲାନ୍ସ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଛି। ଏପରି ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଡ଼ାମ୍ବ ଫାଣ୍ଡି ଅଞ୍ଚଳରେ ଘଟିଯାଇଛି। ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ ଯାଉଥିଲା । ତେବେ ବୁଡ଼ାମ୍ବ ଫାଣ୍ଡି ରାସ୍ତାରେ ପୁଲିସ୍‌ ଯାଞ୍ଚ କରୁଥିବାବେଳେ […]

ambulance

Niharika Rout
  • Published: Monday, 05 October 2020
  • , Updated: 05 October 2020, 08:14 AM IST

ଆସିକା(ମନୋଜ ମୁନି): ପୁଲିସ୍‌ ଆଖିରେ ଧୁଳି ଦେବାକୁ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରାପଡ଼ିଯାଇଛି। ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍‌ ଢଙ୍କାଯାଇ ହେଉଥିଲା ଗଞ୍ଜେଇ ଚାଲାଣ। ହେଲେ  ପୁଲିସ୍‌ ଆମ୍ବୁଲାନ୍ସ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଛି। ଏପରି ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଡ଼ାମ୍ବ ଫାଣ୍ଡି ଅଞ୍ଚଳରେ ଘଟିଯାଇଛି।

ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ ଯାଉଥିଲା । ତେବେ ବୁଡ଼ାମ୍ବ ଫାଣ୍ଡି ରାସ୍ତାରେ ପୁଲିସ୍‌ ଯାଞ୍ଚ କରୁଥିବାବେଳେ ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କରିଥିଲା। ଏହି ସମୟରେ ଭିତରେ ପିପିଇ କିଟ୍ ଢଙ୍କାଯାଇ କିଛି ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ସନ୍ଦେହ ହେବାରୁ ପୁଲିସ୍‌  ଚେକିଂ କରି ଗଞ୍ଜେଇ ଜବତ କରିଥିବା ଜଣାଯାଇଛି। ଏଥିସହ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଅଟକ ରଖାଯାଇଛି ।

Related story