‘ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦେଲେ ମିଳିବ ପଚାଶ ହଜାର ଟଙ୍କା’

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ହେଲା ଗଞ୍ଜମ। ଆଜି ଏହି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହାଛଡ଼ା ଆଗାମୀ ଦିନରେ ଯଦି କୌଣସି ସ୍ଥାନରେ ବାଲ୍ୟ ବିବାହ ହେଉଛି, ସେ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ବାଲ୍ୟ ବିବାହ ସମ୍ପର୍କରେ ସୂଚନ ଦେଉଥିବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଜିଲ୍ଲାପାଳ ବିଜୟ […]

Child-Marriage

Child-Marriage

Manoranjan Sial
  • Published: Monday, 03 January 2022
  • Updated: 03 January 2022, 08:28 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ହେଲା ଗଞ୍ଜମ। ଆଜି ଏହି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହାଛଡ଼ା ଆଗାମୀ ଦିନରେ ଯଦି କୌଣସି ସ୍ଥାନରେ ବାଲ୍ୟ ବିବାହ ହେଉଛି, ସେ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ବାଲ୍ୟ ବିବାହ ସମ୍ପର୍କରେ ସୂଚନ ଦେଉଥିବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଗଞ୍ଜାମକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ‘ନିର୍ଭୟା କଢି’ ଯୋଜନାର କାର୍ଯ୍ୟକାରି କରାଯାଇଥିଲା। ଗ୍ରାମ ପଞ୍ଚାୟତରେ କମିଟି ଗଠନ କରାଯାଇ ଏହି ଯୋଜନାର ସଫଳ ରୂପାୟନ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା। ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ୧୪୪୨୨ଟି ବୈଠକ ହୋଇଥିଲା ବୋଲି କୁଲାଙ୍ଗେ କହିଛନ୍ତି।

ସେ ଆହୁରି କହିଛନ୍ତି, ‘ନିର୍ଭୟା କଢି’ ଯୋଜନା କାର୍ଯକାରୀ ପରେ ୨୦୧୦ ମସିହାରେ ୪୫ଟି, ୨୦୨୦ ମସିହାରେ ୨୨୮ଟି ଓ ୨୦୨୧ ମସିହାରେ ୨୦୧ ଟି ବାଲ୍ୟ ବିବାହକୁ ରୋକା ଯାଇପାରିଥିଲା। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ୩୩୦୯ଟି ଶିଶୁ ବିବାହ ମୁକ୍ତ ଗ୍ରାମ, ସହରାଞ୍ଚଳର ୨୮୦ଟି ଶିଶୁ ବିବାହ ମୁକ୍ତ ୱାର୍ଡ ଓ ୫୦୩ ଟି ଶିଶୁ ବିବାହ ମୁକ୍ତ ପଞ୍ଚାୟତ ଗଢ଼ା ଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଘୋଷଣା କରିଛନ୍ତି। ଆଗାମୀ ଦିନରେ ଝିଅମାନଙ୍କୁ ବୃତ୍ତିଗତ ପରାମର୍ଶ ଦିଆଯିବ।

https://twitter.com/Ganjam_Admin/status/1478005690111119360?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos