Advertisment

Vigilance raid: ଭିଜିଲାନ୍ସ ଜାଲରେ ଆଉ ଜଣେ ଓଏଏସ ଅଫିସର; ବସ୍‌ ଷ୍ଟପ୍‌ରେ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଯୋଜନା ପ୍ରକାରେ କର୍ମଚାରୀ ଜଣଙ୍କ ଆଜି ଓଏଏସ୍‌ ଅଫିସର ବନମାଳୀ ଶତପଥୀଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ବାଲିପଦର ବସ୍‌ ଷ୍ଟପ୍‌ରେ ଶ୍ରୀ ଶତପଥୀ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା।

OAS

ଓଏଏସ ଅଫିସର ବନମାଳୀ ଶତପଥୀ

Advertisment

ଭିଜିଲାନ୍ସ ହାତରେ ପଡ଼ିଛନ୍ତି ଆଉ ଜଣେ ଓଏଏସ୍ ଅଫିସର। ତାଙ୍କ ନାଁ ବନମାଳୀ ଶତପଥୀ। ସେ ଏବେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ଅଫିସର ଜଣେ ପୂର୍ବତନ କର୍ମଚାରୀଙ୍କଠାରୁ ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।  

Advertisment

ଉକ୍ତ କର୍ମଚାରୀଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି। ତାଙ୍କର ବକେୟା ଦରମା ପ୍ରଦାନ କରିବାକୁ ଓ ଲାଷ୍ଟ ପେ ସାର୍ଟିଫିକେଟ (LPC) ପ୍ରଦାନ କରିବାକୁ ଓଏଏସ୍‌ ଅଫିସର ବନମାଳୀ ଶତପଥୀ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଅର୍ଥ ଦେଉ ନଥିବାରୁ ତାଙ୍କର କାମ ହେଉ ନଥିଲା। ଫଳରେ ନୂଆ ସ୍ଥାନରେ ତାଙ୍କୁ ଦରମା ମିଳୁ ନଥିଲା। ତେଣୁ ଅନ୍ୟ କୌଣସି ଉପାୟ ନପାଇ କର୍ମଚାରୀ ଜଣଙ୍କ  ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଏହା ପରେ ଯୋଜନା ପ୍ରକାରେ କର୍ମଚାରୀ ଜଣଙ୍କ ଆଜି ଓଏଏସ୍‌ ଅଫିସର ବନମାଳୀ ଶତପଥୀଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ବାଲିପଦର ବସ୍‌ ଷ୍ଟପ୍‌ରେ ଶ୍ରୀ ଶତପଥୀ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। 

Advertisment

ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ଶତପଥୀଙ୍କର ଅଫିସ୍‌ ସମେତ ତିନିଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। 

ଏହା ପୂର୍ବରୁ ଗତ ସେପ୍ଟେମ୍ବର ମାସ ୨୩ ତାରିଖରେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ଓଏଏସ୍ ଅଫିସର ତଥା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ। ତାଙ୍କର ଏକାଧିକ କୋଠା (ଏକ ମାର୍କେଟ କଂପ୍ଲେକ୍ସ ସମେତ) ସହିତ ୭ଟି ପ୍ଲଟ ଏବଂ ଅନ୍ୟାନ୍ୟ ସଂପତ୍ତି ଠାବ କରାଯାଇଥିଲା। 
ତା’ପୂର୍ବରୁ ଗତ ମାସ ୧୨ ତାରିଖରେ ଜଣେ ବ୍ୟକ୍ତିଙ୍କର ଏକ ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ ୨୦୧୯ର ଓଏଏସ୍ ଟପର ତଥା ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା। ଗିରଫ ହେବା ପରେ ତାଙ୍କୁ ସରକାର ନିଲମ୍ବନ କରିଛନ୍ତି।       

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe