Advertisment

ଋଷିକୂଲ୍ୟା ବେଳାଭୂମି କଇଁଛମୟ

ଦୀର୍ଘ ୪୫ ଦିନ ଧରି ବେଳାଭୂମି ଭିତରେ ପୋତି ହୋଇ ରହିବା ପରେ ସେମାନେ ଅଣ୍ଡାରୁ ଫୁଟି ବାହାରିଛନ୍ତି।

ଅଦ୍ୟତନ ହୋଇଛି
Olive Ridley turtles

Olive Ridley turtles

Advertisment

ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ବେଳାଭୂମିରେ ହଜାର ହଜାର କଇଁଛ ଶାବକ। ଦୀର୍ଘ ୪୫ ଦିନ ଧରି ବେଳାଭୂମି ଭିତରେ ପୋତି ହୋଇ ରହିବା ପରେ ସେମାନେ ଅଣ୍ଡାରୁ ଫୁଟି ବାହାରିଛନ୍ତି। ବାଲିରୁ ବାହାରକୁ ବାହାରିବା ପରେ ସମୁଦ୍ର ଅଭିମୁଖେ ସେମାନେ ଯାଉଛନ୍ତି। ତେବେ ଅନେକ କଇଁଛ ଶାବକମାନେ ସମୁଦ୍ରକୁ ଯିବା ସମୟରେ ବାଟବଣା ହେଉଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରରେ ଛାଡ଼ିବା ନିମନ୍ତେ ଲାଗିପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସମେତ ସ୍ୱେଚ୍ଛାସେବୀ ଓ ବନ ବିଭାଗର କର୍ମଚାରୀମାନେ। ସେପଟେ ଏହି କଇଁଛ ଶାବକଙ୍କୁ ଦେଖିବା ନିମନ୍ତେ ଋଷିକୂଲ୍ୟା ବେଳାଭୂମିରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼।

Advertisment

ଅଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ସମୟ ଶେଷ ହେବାର ୪୫ ଦିନ ପରେ ଗତ କିଛି ଦିନ ହେଲା ଅଣ୍ଡାରୁ ଛୁଆ ବାହାରିବା ଆରମ୍ଭ ହୋଇଛି।ସନ୍ଧ୍ୟା ୭ରୁ ଆରମ୍ଭ କରି ଭୋର ୮ଟା ପର୍ଯ୍ୟନ୍ତ କଇଁଛ ଶାବକ ମାନେ ବାଲି ଭିତରେ ଥିବା ଅଣ୍ଡାରୁ ଫୁଟି ବାହାରକୁ ବାହାରୁଛନ୍ତି। ପରେ ସମୁଦ୍ର ଅଭିମୁଖେ ଯାଉଛନ୍ତି। ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ଗଣ ଅଣ୍ଡାଦାନ ହୋଇଥିଲା। ମୋଟ ୬ ଲକ୍ଷ ୩୭ ହଜାରରୁ ଅଧିକ ଅଲିଭ ରିଡ଼ଲେ କଇଁଛ ଋଷିକୂଲ୍ୟା ବେଳାଭୂମିକୁ ଆସି ଅଣ୍ଡାଦାନ କରିଥିଲେ।

Rushikulya beachଋଷୀକୂଲ୍ୟା ବେଳାଭୂମିରେ ଦିଗଭ୍ରଷ୍ଟ ଛୁଆ କଇଁଛଙ୍କୁ ଧରୁଛନ୍ତି ସ୍ୱେଚ୍ଛାସେବୀମାନେ।

ଅଣ୍ଡାଦାନ କରିବା ପରେ ଦୀର୍ଘ ୪୫ରୁ ୫୦ ଦିନ ଧରି ଅଣ୍ଡାଗୁଡ଼ିକ ଋଷିକୂଲ୍ୟା ବେଳାଭୂମିର ବାଲି ମଧ୍ୟରେ ପୋତି ହୋଇ ରହିଥିଲା। ଗତ ୧୫ ତାରିଖରୁ ବାଲି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟି ବାଲି ମଧ୍ୟରୁ ଉପରକୁ ବାହାରୁଛନ୍ତି। ଯେଉଁଭଳି ଭାବେ ରେକର୍ଡ଼ ସଂଖ୍ୟକ ଗଣ ଅଣ୍ଡାଦାନ ହୋଇଥିବା ସେହିକ୍ରମରେ ରେକର୍ଡ଼ ସଂଖ୍ୟକ କଇଁଛ ଶାବକମାନେ ସମୁଦ୍ରକୁ ଯାଉଥିବା ବନ ବିଭାଗ ସୂଚନା ଦେଇଛି।

Advertisment

ସେପଟେ ବନବିଭାଗ ପକ୍ଷରୁ ଋଷିକୂଲ୍ୟା ବେଳାଭୂମି ତଥା ଅଲିଭ ରିଡ଼ଲେ କଇଁଛ ଉପସ୍ଥିତି ସ୍ଥଳକୁ ସମ୍ପୂର୍ଣ୍ଣ ରୂପେ ଜାଲ ବିଛାଇ ରଖାଯାଇଛି। ଯାହାଫଳରେ କୌଣସି ପଶୁ ଭିତରକୁ ପଶି ପାରୁନାହାନ୍ତି କିମ୍ବା ଶାବକ କଇଁଛମାନଙ୍କର କ୍ଷତି କରିପାରୁନାହାନ୍ତି ବୋଲି  ଖଲ୍ଲିକୋଟ ବନ ବିଭାଗ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ କହିଛନ୍ତି।

ରିପୋର୍ଟ- ଖଲ୍ଲିକୋଟରୁ ସିଲୁ ବିଶ୍ୱାଳ

Olive Ridleys
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe