ନିଆଁ ଲିଭାଉଥିବା ବେଳେ ଫାଟିଗଲା ଗ୍ୟାସ ସିଲିଣ୍ଡର

Ordigital Desk
  • Published: Saturday, 27 January 2018
  • , Updated: 27 January 2018, 09:10 AM IST
<p>ଆନନ୍ଦପୁର: ଅଗ୍ନିକାଣ୍ଡ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର। ଏହି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାଙ୍ଖିଡ଼ି ଗାଁରେ। ଗତକାଲି ରାତିରେ ଗାଁର ଚକ୍ରଧର ବାରିକଙ୍କ ଘରେ ନିଆଁ ଲାଗି ଯାଇଥିଲା। ହେଲେ ନିଆଁ ଲିଭାଇବାକୁ ଗାଁ ଲୋକେ ଉଦ୍ୟମ କରୁଥିବା ବେଳେ ହଠାତ୍&zwnj; ଘର ଭିତରେ ଥିବା ଏକ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍&zwnj;ସିବି ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।</p>

Related story