ଆଜି ଅଁଳା ନବମୀ: ରାଧା ପାଦ ଦର୍ଶନ ଲାଗି ଭିଡ଼

ପୁରୀ(ମଧୁସୂଦନ ମିଶ୍ର): ପବିତ୍ର ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଆଜି ଶ୍ରୀରାଧା ପାଦ ଦର୍ଶନ ଲାଗି ଭିଡ଼ ଜମିଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରିବା ସହ ତାଙ୍କ ପାଦ ଦର୍ଶନ କରୁଛନ୍ତି  । ଶ୍ରୀରାଧାଙ୍କୁ ପାରମ୍ପରିକ ଗହଣା, ସୁବର୍ଣ୍ଣ କିରିଟୀ, ଦ୍ରାବିଡ଼ ଚନ୍ଦ୍ର, ମଥାମଣି, ମୟୂର ବସାଗୁଣା, ନୁଥ, ଚାପସରିଡେଉଁରିଆ, ପଣସକଣ୍ଟା, ଖଡୁ, ପାଉଁଜି, ପାଦପଦ୍ମ ଝୁଣ୍ଟିଆ ଆଦି ଲାଗି ହୋଇଛି । ରାତିରୁ ମନ୍ଦିରର ଦ୍ୱାର […]

radha-1-1

Niharika Rout
  • Published: Tuesday, 05 November 2019
  • , Updated: 05 November 2019, 10:49 AM IST

ପୁରୀ(ମଧୁସୂଦନ ମିଶ୍ର): ପବିତ୍ର ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଆଜି ଶ୍ରୀରାଧା ପାଦ ଦର୍ଶନ ଲାଗି ଭିଡ଼ ଜମିଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରିବା ସହ ତାଙ୍କ ପାଦ ଦର୍ଶନ କରୁଛନ୍ତି  ।

ଶ୍ରୀରାଧାଙ୍କୁ ପାରମ୍ପରିକ ଗହଣା, ସୁବର୍ଣ୍ଣ କିରିଟୀ, ଦ୍ରାବିଡ଼ ଚନ୍ଦ୍ର, ମଥାମଣି, ମୟୂର ବସାଗୁଣା, ନୁଥ, ଚାପସରିଡେଉଁରିଆ, ପଣସକଣ୍ଟା, ଖଡୁ, ପାଉଁଜି, ପାଦପଦ୍ମ ଝୁଣ୍ଟିଆ ଆଦି ଲାଗି ହୋଇଛି । ରାତିରୁ ମନ୍ଦିରର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଦନ, ଅବକାଶ ପରେ ସାକ୍ଷୀଗୋପାଳଙ୍କୁ ନଟବର ବେଶରେ ଏବଂ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଛି।

ଭୋର ସମୟରୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି। ପ୍ରଥମେ ସେବାୟତ ଓ ମନ୍ଦିର କର୍ମଚାରୀ ରାଧାପାଦ ଦର୍ଶନ କରିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ସାହାଣମେଲା ହୋଇଛି । ଗର୍ଭଗୃହ ଭିତରେ ପଶି ଶ୍ରଦ୍ଧାଳୁମାନେ ମା’ଙ୍କ ପାଦ ଦର୍ଶନ କରୁଛନ୍ତି । ତେବେ ଭିଡ଼ ବଢୁଥିବାରୁ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Related story