ଗର୍ଭବତୀ, ଅସୁସ୍ଥ ଶିଶୁ, ଥାଲାସେମିଆ, ସିକଲସେଲ୍ ରୋଗୀଙ୍କୁ ମିଳିବ ମାଗଣା ରକ୍ତ

ଭୁବନେଶ୍ୱର: ଗର୍ଭବତୀ, ଅସୁସ୍ଥ ଶିଶୁ, ଥାଲାସେମିଆ, ହିମୋଫାଲିଆ ଓ ସିକଲସେଲରେ ଆକ୍ରାନ୍ତ ରୋଗୀଙ୍କୁ ମାଗଣାରେ ରକ୍ତ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ରକ୍ତ ଭଣ୍ଡାରଗୁଡ଼ିକୁ ଆଉ ପ୍ରତିବଦଳରେ ରକ୍ତ ଦେବାକୁ ପଡ଼ିବ ନାହିଁ। ବୁଧବାର ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟରେ ରକ୍ତଭଣ୍ଡାର ଗୁଡିକର କ୍ଷମତା ବୃଦ୍ଧି ଓ ଉନ୍ନତିକରଣ ପାଇଁ ୧୬ କୋଟି ଟଙ୍କ। ମଞ୍ଜୁର କରାଯାଇଛି। ଏହା ବ୍ୟତୀତ ବ୍ରହ୍ମପୁର ଓ ବୁର୍ଲା […]

cm

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 04:21 AM IST

ଭୁବନେଶ୍ୱର: ଗର୍ଭବତୀ, ଅସୁସ୍ଥ ଶିଶୁ, ଥାଲାସେମିଆ, ହିମୋଫାଲିଆ ଓ ସିକଲସେଲରେ ଆକ୍ରାନ୍ତ ରୋଗୀଙ୍କୁ ମାଗଣାରେ ରକ୍ତ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ରକ୍ତ ଭଣ୍ଡାରଗୁଡ଼ିକୁ ଆଉ ପ୍ରତିବଦଳରେ ରକ୍ତ ଦେବାକୁ ପଡ଼ିବ ନାହିଁ। ବୁଧବାର ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟରେ ରକ୍ତଭଣ୍ଡାର ଗୁଡିକର କ୍ଷମତା ବୃଦ୍ଧି ଓ ଉନ୍ନତିକରଣ ପାଇଁ ୧୬ କୋଟି ଟଙ୍କ। ମଞ୍ଜୁର କରାଯାଇଛି। ଏହା ବ୍ୟତୀତ ବ୍ରହ୍ମପୁର ଓ ବୁର୍ଲା ମେଡିକାଳ କଲେଜରେ ଟ୍ରାନ୍ସଫ୍ୟୁଜନରେ ପିଜି କୋର୍ସ ଖୋଲିବାକୁ ନିଷ୍ପତ୍ତି ହୋଇଛି। ସ୍ୱେଚ୍ଛାକୃତ ରକ୍ତଦାନପାଇଁ ପ୍ରୋତ୍ସାହନ, ଗବେଷଣା ଓ ବିକାଶ ପାଇଁ ୨୦ ଲକ୍ଷ ଟଙ୍କ।ର କର୍ପସ ଫଣ୍ଡ ଗଠନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ୨୦ଟି ନୂଆ  ମୋବାଇଲ ରକ୍ତ ସଂଗ୍ରହ ଗାଡ଼ି ନିୟୋଜିତ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Related story