ନିଜ ଘର ଛାଡ଼ି ପୁରୁଣା ଘରକୁ ବାହୁଡ଼ିଲେ ଜର୍ଜ

ରାଉରକେଲା (ଓଡ଼ିଶା ରିପୋର୍ଟର): ପୁରୁଣା ଘରକୁ ଫେରିଲେ ସୁନ୍ଦରଗଡ଼ ଜିଲ୍ଲାର ଟାଣୁଆ ଆଦିବାସୀ ନେତା ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ। ନିଜ ସମର୍ଥକଙ୍କ ସହ ସେ ଆଜି ଝାରଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମ୍‌ଏମ୍‌)ରେ ସାମିଲ ହୋଇଛନ୍ତି। ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ପ୍ରତିଷ୍ଠାତା ଦିବସରେ ରାଞ୍ଚି ମୁଖ୍ୟାଳୟରେ ଜର୍ଜ ଦଳରେ ମିଶିଛନ୍ତି। ୧୯୯୫ରେ ଜର୍ଜ ଜେଏମ୍‌ଏମ୍‌ ଯୋଗ ଦେଇଥିଲେ। ଦୁଇ ଥର ବିଧାୟକ ମଧ୍ୟ ହୋଇଥିଲେ। ପରେ ଦଳ ଛାଡ଼ି ନିଜେ ଏକ ଦଳ ଗଠନ କରି ବିଧାୟକ ହୋଇଥିଲେ। ସେ […]

jarge-tikrk-join-jmm

Rakesh Mallick
  • Published: Wednesday, 06 December 2017
  • , Updated: 06 December 2017, 06:38 PM IST

ରାଉରକେଲା (ଓଡ଼ିଶା ରିପୋର୍ଟର): ପୁରୁଣା ଘରକୁ ଫେରିଲେ ସୁନ୍ଦରଗଡ଼ ଜିଲ୍ଲାର ଟାଣୁଆ ଆଦିବାସୀ ନେତା ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ। ନିଜ ସମର୍ଥକଙ୍କ ସହ ସେ ଆଜି ଝାରଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମ୍‌ଏମ୍‌)ରେ ସାମିଲ ହୋଇଛନ୍ତି। ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ପ୍ରତିଷ୍ଠାତା ଦିବସରେ ରାଞ୍ଚି ମୁଖ୍ୟାଳୟରେ ଜର୍ଜ ଦଳରେ ମିଶିଛନ୍ତି। ୧୯୯୫ରେ ଜର୍ଜ ଜେଏମ୍‌ଏମ୍‌ ଯୋଗ ଦେଇଥିଲେ। ଦୁଇ ଥର ବିଧାୟକ ମଧ୍ୟ ହୋଇଥିଲେ। ପରେ ଦଳ ଛାଡ଼ି ନିଜେ ଏକ ଦଳ ଗଠନ କରି ବିଧାୟକ ହୋଇଥିଲେ।

ସେ କହିଛନ୍ତି-“ଜେଏମ୍‌ଏମ୍‌ର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ହାତ ଧରି ରାଜନୀତି ଶିଖିଥିଲି। ମାତ୍ର କୌଣସି କାରଣରୁ ଦିଗ ହରା ହୋଇଯାଇଥିଲି। ଆଜି ପୁରୁଣା ଘରକୁ ଫେରିଥିବାରୁ ନିଜକୁ ଖୁସି ଲାଗୁଛି। ଆଗାମୀ ଦିନରେ ଦଳର ନୀତି ଓ ଆଦର୍ଶକୁ ନେଇ ଲୋକଙ୍କ ପାଇଁ କାମ କରିବି।”

ସେ କହିଛନ୍ତି-“କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଆଦିବାସୀଙ୍କ ଜଙ୍ଗଲ ଜମି ଲୁଟ୍‌ କରିଚାଲିଛି। ଏହା ବିରୋଧରେ ସଂଗ୍ରାମ କରିବି। ଆଗାମୀ ଦିନରେ ଓଡ଼ିଶା ରାଜନୀତିର ଦୃଶ୍ୟପଟ ପରିବର୍ତ୍ତନ କରିବି। ଦଳ ଯେଉଁଠି ମୋତେ ଛିଡ଼ା ହେବାକୁ କରିବ, ସେଠାରେ ନିଶ୍ଚିତ ପ୍ରତିଦ୍ୱନ୍ଦ୍ୱୀତା କରିବି। ଆଗାମୀ ଦିନରେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏମ୍‌ଏମ୍‌ ବିଜୟୀ ହେବ।”

Related story