ଲୁଟ୍ ହୋଇଥିବା ଗହଣା ମିଳିଗଲା, ଦେଖନ୍ତୁ ଭିଡିଓ
- Published: Saturday, 05 May 2018
- , Updated: 05 May 2018, 07:17 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବାହାଘରରେ ପିନ୍ଧିଥାନ୍ତେ ଗହଣା। ହେଲେ ତାପୂର୍ବରୁ ଚଳନ୍ତଟ୍ରେନରୁ ଯୁବତୀଙ୍କଠାରୁ ୫ଳକ୍ଷ ଟଙ୍କାର ଗହଣା ବ୍ୟାଗ ଲୁଟ ହୋଇଗଲା। ଗତ ମେ ୪ ତାରିଖରେ ଭୁବନେଶ୍ୱର ରେଲେଓ୍ୱ ଷ୍ଟେସନରେ ଏଭଳି ଘଟଣା ଘଟିଥିବା ବେଳେ, ଲୁଟ୍‌ ହେବାର ମାତ୍ର ଦିନକ ପରେ ପୋଲିସ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛି । ସେପଟେ ଲୁଟ୍ ସୁନା ଫେରି ପାଇବା ପରେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ଯୁବତୀ ।</p>
<p>ବିବାହର ଠିକ ଗୋଟିଏ ଦିନ ଅଛି ଲୁଟ ଗହଣା ଜବତ କରିଛି ପୋଲିସ। ଭୁବନେଶ୍ୱର ଆରପିଏଫ୍ ସ୍ପେଶାଲ ଟାକ୍ସ ଫୋର୍ସ ଦ୍ୱାରା ଜବତ ହୋଇଛି ହାର, ଚୁଡି, ଆଉ ସିନ୍ଥୀ । ଧରା ପଡିଛନ୍ତି ଚଳନ୍ତା ଟ୍ରେନରୁ ଝାମ୍ଫି ନେଇଥିବା କୁଖ୍ୟାତ ଲୁଟେରା ରବି ।</p>
<p>ସୂଚନା ଅନୁସାରେ ବିଶାଖାପାଟଣାରୁ ବିବାହ ପାଇଁ କୌଣାର୍କ ଏକ୍ସପ୍ରେସରେ ଭୁବନେଶ୍ୱର ଆସୁଥିଲେ ଯୁବତୀ । ଗତ୪ତାରିଖଦିନ ଭୁବନେଶ୍ୱର ଷ୍ଟେସନ ଏଣ୍ଟ୍ରି ପୂର୍ବରୁ ଯୁବତୀ ଜଣଙ୍କ ନିଜ ଲଗେଜ ଆଣି ଟ୍ରେନ କବାଟ ପାଖରେ ଛିଡା ହୋଇଥିଲେ। କାନ୍ଧରେ ଧିରିଥିଲେ ୫ଲକ୍ଷଟଙ୍କାର ସୁନା ଗହଣା ବ୍ୟାଗ । ତେବେ ଟ୍ରେନ୍‌ ଗତି କମିବା ସମୟରେ ହଠାତ ଲୁଟେରା ତାଙ୍କ କାନ୍ଧରୁ ବ୍ୟାଗକୁ ଝାମ୍ପି ନେଇଥିଲେ। ଘଟଣା ନେଇ ଯବତୀ ଜଣଙ୍କ ଜିଆରପି ଥାନାରେ ଏତଲା ଦେବା ପରେ ପୋଲିସ ଲୁଟ୍‌ ଘଟଣାର ଦିନକ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ।</p>
<p>ସେପଟେ ବିବାହାର ଦିନକ ପୂର୍ବରୁ ଲୁଟ୍ ଗହଣା ମିଳିଯାଇଥିବାରୁ ଯୁବତୀଙ୍କ ମନରେ ଖୁସି କହିଲେ ନ ସରେ। ଉଭୟ ଯୁବତୀ ଏବଂ ତାଙ୍କ ଭାବି ସ୍ୱାମୀ ଷ୍ଟେସନରେ ପହଁଞ୍ଚି ଗହଣାସବୁ ଚିହ୍ନଟ କରିଛନ୍ତି।</p>