ଘଟ ବିଭ୍ରାଟ: ଦୁଇ ନିଲମ୍ବିତ ଦଇତାପତିଙ୍କ ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ: ଶ୍ରୀବିଗ୍ରହଙ୍କ ଘଟ ପରିବର୍ତ୍ତନ ବିଭ୍ରାଟ ନେଇ ନିଲମ୍ୱିତ ଦୁଇ ଦଇତାପତିଙ୍କ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଦଇତାପତି ସେବା ଉତ୍ତରାଧିକାରୀ ସୂତ୍ରରେ ମିଳିଥାଏ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବନ୍ଦ କରିପାରିବ ନାହିଁ ବୋଲି  ନିଲମ୍ୱିତ ଦଇତାପତି ଜୟକୃଷ୍ଣ ଦାସମହାପାତ୍ର ଓ ତାଙ୍କ ବାପା କାଶୀନାଥ ଦାସ ମହାପାତ୍ରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ରଥଯାତ୍ରା ଦଇତାପତି ମାନଙ୍କର ରୋଜଗାର ସମୟ […]

axar

Rakesh Mallick
  • Published: Friday, 17 July 2015
  • , Updated: 17 July 2015, 04:22 PM IST

କଟକ: ଶ୍ରୀବିଗ୍ରହଙ୍କ ଘଟ ପରିବର୍ତ୍ତନ ବିଭ୍ରାଟ ନେଇ ନିଲମ୍ୱିତ ଦୁଇ ଦଇତାପତିଙ୍କ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

ଦଇତାପତି ସେବା ଉତ୍ତରାଧିକାରୀ ସୂତ୍ରରେ ମିଳିଥାଏ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବନ୍ଦ କରିପାରିବ ନାହିଁ ବୋଲି  ନିଲମ୍ୱିତ ଦଇତାପତି ଜୟକୃଷ୍ଣ ଦାସମହାପାତ୍ର ଓ ତାଙ୍କ ବାପା କାଶୀନାଥ ଦାସ ମହାପାତ୍ରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ରଥଯାତ୍ରା ଦଇତାପତି ମାନଙ୍କର ରୋଜଗାର ସମୟ ହୋଇଥିବାରୁ ନିଲମ୍ୱନ ଆଦେଶ ତୁରନ୍ତ ପ୍ରତ୍ୟାହାର କରିବାକୁ କାଶୀନାଥ ଓ ଜୟକୃଷ୍ଣଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ଆସନ୍ତାକାଲି ରଥଯାତ୍ରା ହୋଇଥିବାରୁ ନିଲମ୍ୱନ ଆଦେଶ ଉପରେ କୋର୍ଟ ଅନ୍ତରୀଣ ରହିତାଦେଶ ଦେବାକୁ ମନା କରିଥିଲେ।

Related story