ଉଚିତ୍ ମୂଲ୍ୟାୟନ ଦାବିରେ ହାତ କାଟିଦେଲେ ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚିତ୍ ମୂଲ୍ୟାୟନ ଦାବିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ନିଜ ହାତ କାଟି ଦେଇଛନ୍ତି ଜଣେ ଯୁକ୍ତ ୨ ଏକ୍ସ ରେଗୁଲାର ଡ୍ରପ୍‌ ଆଉଟ ଛାତ୍ରୀ। ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର। ତାଙ୍କ ନାଁ ନନ୍ଦୀନି ବେହେରା। ମ୍ୟାଟ୍ରିକ୍‌ ନମ୍ବର ଆଧାରରେ ଯୁକ୍ତ ଦୁଇର ମୂଲ୍ୟାୟନ କରିବା ଦାବିରେ ଛାତ୍ରୀ ଜଣଙ୍କ ହାତ କାଟି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, […]

Injured Student

Tapaswini Nayak
  • Published: Monday, 20 September 2021
  • , Updated: 20 September 2021, 02:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚିତ୍ ମୂଲ୍ୟାୟନ ଦାବିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ନିଜ ହାତ କାଟି ଦେଇଛନ୍ତି ଜଣେ ଯୁକ୍ତ ୨ ଏକ୍ସ ରେଗୁଲାର ଡ୍ରପ୍‌ ଆଉଟ ଛାତ୍ରୀ। ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର। ତାଙ୍କ ନାଁ ନନ୍ଦୀନି ବେହେରା। ମ୍ୟାଟ୍ରିକ୍‌ ନମ୍ବର ଆଧାରରେ ଯୁକ୍ତ ଦୁଇର ମୂଲ୍ୟାୟନ କରିବା ଦାବିରେ ଛାତ୍ରୀ ଜଣଙ୍କ ହାତ କାଟି ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସରକାରଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୧ ତାରିଖରୁ ୧୧ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଅଫ୍ ଲାଇନ ପରୀକ୍ଷା ହେବ। ତେବେ ଏତେ କମ୍ ସମୟ ଭିତରେ ପ୍ରସ୍ତୁତ ହେବା ସମ୍ବବପର ନୁହେଁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଏହା ସହ ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ କରିବାକୁ ଦାବି କରିଥିଲେ। ତାହାର ଜବାବ ମାଗିବା ପାଇଁ ଆଜି ସକାଳେ ଡ଼୍ରପ ଆଉଟ୍ ଯୁକ୍ତ ୨ ଏକ୍ସ ରେଗୁଲାରର ଏକାଧିକ ଛାତ୍ରଛାତ୍ରୀ ସିଏଚଏସଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ଧାରଣା ଦେବା ପରେ କାଉସିଲ କର୍ତ୍ତୃପକ୍ଷ  ବା କେହି ଅଧିକାରୀ ସେମାନଙ୍କ ଦାବି ବିଷୟରେ ବୁଝିବାକୁ ଆସିନଥିଲେ। ପରେ ପୁଲିସ ଉପସ୍ଥିତିରେ ଏହି ଛାତ୍ରୀ ଜଣଙ୍କ ତାଙ୍କ ହାତ କାଟି ଦେଇଥିଲେ। ଛାତ୍ରୀ ଜଣଙ୍କ ହାତ କାଟିଦେବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନେ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

 

Related story