ଭାଇକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲା ଭଉଣୀ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ମଙ୍ଗପୁର ନିକଟସ୍ଥ ଦେବୀ ନଦୀରେ ବୁଡି ଜଣେ ନାବାଳିକା ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଭାଇଭଉଣୀ ଗୁରୁତର ହୋଇଛନ୍ତି।    ସୂଚନା ଅନୁସାରେ, ମାମୁ ଘର ମଙ୍ଗପୁର ଖାଲଗାଁସ୍ଥିତ ବନ୍ଧୁ ଘରକୁ ୪ ସମ୍ପର୍କୀୟ ଭାଇଭଉଣୀ ବୁଲିବାକୁ ଯାଇଥିଲେ। ଗତକାଲି ଅପରାହ୍ନରେ ସେମାନେ ନଦୀ କୂଳକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଅମରେଶ ପରିଡ଼ା ନାମକ ନାବାଳକର ଚପଲ ପାଣିରେ ପଡି ଯାଇଥିଲା। ତେବେ ଚପଲ […]

Drowning

Niharika Rout
  • Published: Wednesday, 24 June 2020
  • , Updated: 24 June 2020, 08:58 AM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ମଙ୍ଗପୁର ନିକଟସ୍ଥ ଦେବୀ ନଦୀରେ ବୁଡି ଜଣେ ନାବାଳିକା ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଭାଇଭଉଣୀ ଗୁରୁତର ହୋଇଛନ୍ତି।  

 ସୂଚନା ଅନୁସାରେ, ମାମୁ ଘର ମଙ୍ଗପୁର ଖାଲଗାଁସ୍ଥିତ ବନ୍ଧୁ ଘରକୁ ୪ ସମ୍ପର୍କୀୟ ଭାଇଭଉଣୀ ବୁଲିବାକୁ ଯାଇଥିଲେ। ଗତକାଲି ଅପରାହ୍ନରେ ସେମାନେ ନଦୀ କୂଳକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଅମରେଶ ପରିଡ଼ା ନାମକ ନାବାଳକର ଚପଲ ପାଣିରେ ପଡି ଯାଇଥିଲା। ତେବେ ଚପଲ ଆଣିବାକୁ ଚେଷ୍ଟା କରି ଅମରେଶ ନଈରେ ଖସି ପଡ଼ିଥିଲା । ଏହା ଦେଖି ନିକଟରେ ଥିବା ସମ୍ପର୍କୀୟ ଭଉଣୀ ପୂଜା ନାୟକ ତାକୁ ଉଦ୍ଧାର କରିବାକୁ ଯାଇ ପାଣିରେ ପଡ଼ିଯାଇଥିଲା । ଏହାଦେଖି  ଅମରେଶର ଭଉଣୀ ଅନୁରାଧା ମଧ୍ୟ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯାଉ ବୁଡ଼ି ଯାଇଥିଲା । ଏହା ଦେଖି ଉପରେ ଥିବା ଅନ୍ୟଜଣେ ନାବାଳିକା ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲ ଆଣିଥିଲେ ।

ସେଠାରେ ଡାକ୍ତର  ପୂଜା ନାୟକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କୁ ସେଠାରୁ ଜଗତସିଂହପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଦୁଇ ଭାଇ ଭଉଣି ଅମରେଶ ଓ ଅନୁରାଧାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାଲିକୁଦା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story