କଳାହାଣ୍ଡି(ଓଡ଼ିଶା ରିପୋର୍ଟର):ଯୁବତୀଙ୍କୁ ଛୁରୀ ଦେଖାଇ ଗଣଦୁଷ୍କର୍ମ ମାମଲାର ଗୁମର ଫିଟିଛି। କଳାହାଣ୍ଡି ଏସ୍ପିଙ୍କ ନେତୃତ୍ୱରେ ପୁଲିସ ଘଟଣାସ୍ଥଳକୁ ଯାଇ ଖୋଳତାଡ଼ ଆରମ୍ଭ କରିବା ସହ ଘଟଣା ଘଟାଇଥିବା ଯୌନ ପିପାସୁଙ୍କ ସୁରାକ ପାଇଛି। ଯୁବତୀ ଜଣକ ଏଏନ୍ଏମ୍ ନର୍ସିଂ ଛାତ୍ରୀ ବୋଲି ଜଣାପଡ଼ିଛି।
ଗତ ୧୪ ତାରିଖରେ ଏହି ଘଟଣା ଘଟିଥିଲା। ପୀଡ଼ିତା ଯୁବତୀ ଜଣକ ଧର୍ମଗଡ଼ ଉପଖଣ୍ଡ ପର୍ଲା ଗାଁର ନରେନ୍ଦ୍ର ଶବର ନାମକ ଜଣେ ବସ୍ ଡ୍ରାଇଭରଙ୍କ ସହ ଭବାନୀପାଟଣାରୁ ଜୁନାଗଡ଼ ଅଭିମୁଖେ ବାଇକ୍ରେ ଆସୁଥିଲେ।
ସେହି ସମୟରେ ବନମାଳୀପୁର ନିକଟ ତୁଳସୀପୁର ଘନ ଜଙ୍ଗଲ ରାସ୍ତାରେ ୫ ରୁ ୬ ଜଣ ଯୁବକ ତାଙ୍କୁ ଛୁରୀ ଦେଖାଇ ଅଟକାଇ ଗଣଦୁଷ୍କର୍ମ କରିଥିଲେ। ଦୁଷ୍କର୍ମକାରୀମାନେ ସେହି ସମୟରେ ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ଯାହା ବର୍ତ୍ତମାନ ଭାଇରାଲ୍ ହେଉଛି।
ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରସାରଣ ପରେ ପୋଲିସ ତତ୍ପରତା ପ୍ରକାଶ କରିବା ସହ ଘଟଣାର ଖୋଳତାଡ଼ ଜାରି ରଖିଛି। ପୀଡ଼ିତାଙ୍କ ପକ୍ଷରୁ ମଧ୍ୟ ଜୁନାଗଡ଼ ଥାନାରେ ଏତଲା ମଧ୍ୟ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆମ୍ବେଦକରଙ୍କୁ ନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି: ମୁଖ୍ୟମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ କଦର୍ଥ ଏବଂ ବିକୃତ କରି କଂଗ୍ରେସ ନିଜର ରାଜନୈତିକ ଆଶା ପୂରଣ କରିବାକୁ ଚେଷ୍ଟା କରୁଛି କହିଲେ ମୁଖ୍ୟମନ୍ତ୍ରୀ।
Crime
ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍
୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ୨୦୨୨ ମସିହାରେ ଚାକିରିରୁ ବହିଷ୍କୃତ କରିଥିଲେ। ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।
Miscellaneous
ପ୍ରବାସୀ ଭାରତୀୟ ଦିବସ: ୯ରେ ପ୍ରଧାନମନ୍ତ୍ରୀ, ୧୦ରେ ଆସିବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
Miscellaneous
ରଘୁବର ଦାସ ହଟିଲେ, ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି
ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।
Weather
ଆହୁରି ୪୮ ଘଣ୍ଟା ବର୍ଷା! ତା'ପରେ ବଢ଼ିବ ଶୀତ
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ୪୮ ଘଣ୍ଟା ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏଁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।