ସମ୍ପତ୍ତି ପାଇ ଦାଦା ସାଜିଲା ସୈତାନ!

ଉମରକୋଟ(କାର୍ତ୍ତିକ ମଲ୍ଲିକ): ରକ୍ତ ସମ୍ପର୍କର ଅର୍ଥ ଭୁଲିଗଲା ଦାଦା। କିଛି ସମ୍ପତ୍ତି ପାଇଁ ସୈତାନ ସାଜିଲା। ଝିଆରୀ ରକ୍ତରେ ହୋଲି ଖେଳିଲା ଦାଦା!! ଏପରି ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଦାଦା ଏବେ ଫେରାର ଅଛି। ପୂରା ଘଟଣା ଏମିତି। ଉମରକୋଟ୍‌ ଥାନା ଈନ୍ଦ୍ରପୁର କଲୋନୀରେ ରୁହନ୍ତି କ୍ରିଷ୍ଣପଦ ମଣ୍ଡଳଙ୍କ ପରିବାର। ତେବେ […]

Crime

Manoranjan Sial
  • Published: Thursday, 23 April 2020
  • , Updated: 23 April 2020, 05:22 PM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ରକ୍ତ ସମ୍ପର୍କର ଅର୍ଥ ଭୁଲିଗଲା ଦାଦା। କିଛି ସମ୍ପତ୍ତି ପାଇଁ ସୈତାନ ସାଜିଲା। ଝିଆରୀ ରକ୍ତରେ ହୋଲି ଖେଳିଲା ଦାଦା!! ଏପରି ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଦାଦା ଏବେ ଫେରାର ଅଛି।

ପୂରା ଘଟଣା ଏମିତି। ଉମରକୋଟ୍‌ ଥାନା ଈନ୍ଦ୍ରପୁର କଲୋନୀରେ ରୁହନ୍ତି କ୍ରିଷ୍ଣପଦ ମଣ୍ଡଳଙ୍କ ପରିବାର। ତେବେ କିଛିଦିନ ତଳେ କ୍ରିଷ୍ଣାଙ୍କ ମୃତ୍ୟୁ ପରେ ପୂରା ପରିବାର ଭାଙ୍ଗି ପଡ଼ିଲା। ବିଧବା ପତ୍ନୀ ଯଗତୀ ମଣ୍ଡଳ ଓ ତାଙ୍କ ଦୁଇ ଝିଅ ଜ୍ୟୋସ୍ନା ଓ ପୁର୍ଣ୍ଣିମାଙ୍କୁ ଧରି ଦୁଃଖକଷ୍ଟରେ ଚଳୁଥିଲେ। ବାପାଙ୍କ ମୃତ୍ୟୁ ପରେ ଚଳିବାରେ କଷ୍ଟ ହେଉଥିବାରୁ ଚାଷ କରିବା ପାଇଁ ଜମି ଓ ରହିବାକୁ ଘର ଖଣ୍ଡିଏ ଦେବାକୁ ଜ୍ୟୋସ୍ନା ତାଙ୍କ ଦାଦା ଭୋଳା ମଣ୍ଡଳକୁ କହିଥିଲେ। ଝିଆରୀ କଥାରେ ରାଜି ହୋଇ ଗୋରୁ ଗୁହାଳ ପାଖରେ ରହିବା ପାଇଁ ଏକ ଘର ଦେଇଥିଲେ। କିନ୍ତୁ ଜମି ଦେଇନଥିଲେ। ଯେଉଁଥିପାଇଁ ଦାଦା ଓ ଝିଆରୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଜୀବନକୁ ବିପଦ ଥିବା ଦର୍ଶାଇ ଜ୍ୟୋତ୍ସ୍ନା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଭୋଳାକୁ ଡାକି ତାଗିଦ କରିଥିଲେ।

ତେବେ ଗତକାଲି ସଞ୍ଜ ବେଳେ ଯଗତୀ ଓ ତାଙ୍କର ଦୁଇ ଝିଅ ଘରେ ଥିଲେ। ଏହି ସମୟରେ ଭୋଳା ଏକ ଟାଙ୍ଗିଆ ଧରି ସେମାନଙ୍କ ଘରେ ପଶିଥିଲେ। ସେ ଜ୍ୟୋତ୍ସ୍ନାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଯଗତୀ ଅଟକାଇବାକୁ ଯାଇ ଭୋଳାଙ୍କ ଟାଙ୍ଗିଆରେ ଚୋଟରେ ଆହତ ହୋଇଥିଲେ। ଦାଦାଙ୍କ ଏହି ଚଣ୍ଡାଳ ରୂପ ଦେଖି ଜ୍ୟୋତ୍ସ୍ନା ଓ ପୁର୍ଣ୍ଣିମା ଜୀବନ ବିକଳରେ ଘରୁ ବାହାରକୁ ପଳାଇ ଯାଇଥିଲେ। ଆଉ ସଙ୍ଗେ ସଙ୍ଗେ ଏନେଇ ଉମରକୋଟ ଥାନାକୁ ଫୋନ୍‌ କରିଥିଲେ। ଖବର ପାଇ ପୁଲିସ ଗାଁରେ ପହଞ୍ଚି ଜ୍ୟୋତ୍ସ୍ନାଙ୍କୁ ଖୋଜିବା ପରିବର୍ତ୍ତେ ପଳାଇ ଯାଇଥିଲା। ପରେ ଜ୍ୟୋତ୍ସ୍ନାଙ୍କୁ ତାଙ୍କ ଦାଦା ଭୋଳା ଟାଙ୍ଗିଆ ଅତି ବିଭତ୍ସ ଭାବେ ହତ୍ୟା କରିଥିବା ତାଙ୍କ(ଜ୍ୟୋତ୍ସ୍ନା) ସାନ ଭଉଣୀ ଅଭିଯୋଗ କରିଛନ୍ତି।

ଆଜି ଉମରକୋଟ ଏସ୍‌ଡିପିଓ ହେମନ୍ତ କୁମାର ପାଢୀ, ଆଇଆଇସି ଉମେଶ କୁମାର ସାହୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର  ମାଧ୍ୟମରେ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କ ପାଖରେ ପୁଲିସ ପହଞ୍ଚି ପାରିନି। ଅନ୍ୟପକ୍ଷରେ ହତ୍ୟାକାଣ୍ଡ ଘଟଣା ପରେ ଭୋଳା ଫେରାର ଅଛି।

Related story