ଲୁଦୁପଙ୍କା ଘାଟିରେ ଓଲଟିଲା ସ୍କୁଲ୍‌ ଅଟୋ

ମୋହନା(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଦୁପଙ୍କା ଘାଟିରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୫ ଜଣ  ଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଵ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଅଟୋଟି ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟରରେ ପଢ଼ୁଥିବା  ୬ ଜଣ ଛାତ୍ରୀଙ୍କୁ ନେଇ ଗୁଣ୍ଡିମାରୁ ମୋହନା ଫେରୁଥିଲା। ଏହି ସମୟରେ ଲୁଦୁପଙ୍କା ଘାଟିରେ […]

accident

Tapaswini Nayak
  • Published: Friday, 27 May 2022
  • , Updated: 27 May 2022, 11:51 AM IST

ମୋହନା(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଦୁପଙ୍କା ଘାଟିରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୫ ଜଣ  ଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଵ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଅଟୋଟି ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟରରେ ପଢ଼ୁଥିବା  ୬ ଜଣ ଛାତ୍ରୀଙ୍କୁ ନେଇ ଗୁଣ୍ଡିମାରୁ ମୋହନା ଫେରୁଥିଲା। ଏହି ସମୟରେ ଲୁଦୁପଙ୍କା ଘାଟିରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକ ଆହତ ଛାତ୍ରୀଙ୍କୁ  ମୋହନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି। ଅଟୋରେ ଫେରୁଥିବା ୬ଜଣ ଛାତ୍ରୀ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଲାଇବା ଯୋଗୁ  ଦୁର୍ଘଟଣା ଘଟିଛି ବୋଲି ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି।

Related story